ଆଜିଠୁ ଆରମ୍ଭ ହେଲା ଅନଲାଇନ ତାଲିମ୍

ଭୁବନେଶ୍ୱର: ରାଜ୍ୟର ୧୦୧ ଉତ୍କର୍ଷ ବିଦ୍ୟାଳୟ, ୩୦ ଜିଲ୍ଲାର ୩୦ ଟି ଯୁକ୍ତ ଦୁଇ କଲେଜ୍ ଓ ଶିକ୍ଷକ ଶିକ୍ଷା କଲେଜ୍ ର ଶିକ୍ଷକଙ୍କୁ ନେଇ ଆଜିଠୁ ଆରମ୍ଭ ହେଲା ଅନଲାଇନ ତାଲିମ୍। ଏହି ଅନଲାଇନ କାର୍ଯ୍ୟକ୍ରମକୁ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ମନ୍ତ୍ରୀ ସମୀର ଦାଶ ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକାରଣ ହାଉସରେ ଉଦଘାଟନ କରିଛନ୍ତି ।

ଶିକ୍ଷକମାନଙ୍କୁ ୫ ଦିନ ଧରି ଟ୍ରେନିଂ ଦିଆଯିବ। ଛାତ୍ରଛାତ୍ରୀଙ୍କୁ ଅନଲାଇନ ଶିକ୍ଷା କିପରି ଦିଆଯିବ ସେ ନେଇ ଶିକ୍ଷକଙ୍କୁ ତାଲିମ୍ ଦିଆଯାଉଛି। ଏସବୁ ଶିକ୍ଷାନଷ୍ଠାନ ଗୁଡ଼ିକରେ ଶିକ୍ଷାଦାନ ଯେପରି କରୋନା ପାଇଁ ପ୍ରଭାବିତ ନହେଉ ଏବଂ ରେଜଲ୍ଟ ହାର ବଢୁ ସେଥିଲାଗି ଏହି ନିଷ୍ପତ୍ତି ନିଆଯାଇଥିବା ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ସମୀର ଦାଶ। ଉକ୍ତ କାର୍ଯ୍ୟକ୍ରମରେ ବିଭାଗୀୟ ସଚିବ ମଧ୍ୟ ଉପସ୍ଥିତ ଥିଲେ ।