ଆସନ୍ତାକାଲି ଠାରୁ ଅନଲାଇନରେ ମିଳିବ ମଦ

ଭୁବନେଶ୍ୱର: ଅନଲାଇନରେ ମିଳିବ ମଦ । କାଲି ଠାରୁ ରାଜ୍ୟରେ ଅନଲାଇନରେ ମଦ ମିଳିବ । ଆସନ୍ତାକାଲି ଠାରୁ ମଦର ହୋମ୍ ଡେଲିଭରି ନେଇ ରାଜ୍ୟ ସରକାରଙ୍କ ଅନୁମତି । ୨୪ ମେ ଅର୍ଥାତ ଆସନ୍ତାକାଲିରୁ ଏହି ନିୟମ କାର୍ଯ୍ୟକାରୀ ହେବ ।

ତେବେ କାଉଂଟରରେ ମଦ ବିକ୍ରି ପାଇଁ ସରକାର ଅନୁମତି ଦେଲେ ନାହିଁ । ତେଣୁ ଓଡିଶା ଅବକାରୀ ନିୟମ-୨୦୧୭ରେ ଏହି ସଂଶୋଧନ କରାଯାଇଛି । ତେବେ ଅନଲାଇନରେ ମଦ କାଲିାରୁ ମିଳିବାକୁ ଥିବା ବେଳେ କଂଟେନମେଂଟ  ଜୋନରେ ଏହି ସେବା ଉପଲବ୍ଧ ହେବ ନାହିଁ । କଂଟେନମେଂଟ ଜୋନ ଛାଡି ଅନ୍ୟ ସମସ୍ତ ସ୍ଥାନରେ ମଦର ହୋମ ଡେଲିଭରି ହୋଇପାରିବ ।

ବଡକଥା ହେଉଛି ୫୦ ପ୍ରତିଶତ ବଢିଲା ମଦର ଦର । ସମସ୍ତ ପ୍ରକାର ମଦର ଦର ୫୦ ପ୍ରତିଶତ ବଢିଲା । ସ୍ପେଶାଲ କୋଭିଡ ଫି ଲଗାଇ ମଦର ଦର ବଢାଇଲେ ରାଜ୍ୟ ସରକାର । ମଦରୁ ମିଳିବାକୁ ଥିବା ରାଜସ୍ୱ କରୋନା ମୁକାବିଲା କ୍ଷେତ୍ରରେ ଖର୍ଚ୍ଚ ହେବ । ରିଟେଲର ଚାହିଁଲେ ମଦ ନିଜେ ହୋମ ଡେଲିଭରି କରିପାରିବେ । ଏହାସହ ଫୁଡ ଡେଲିଭରି ସଂସ୍ଥାର ମଧ୍ୟ ସହଯୋଗ ନେଇପାରିବେ ।