ଅଗଷ୍ଟ ୪ରୁ ଶିକ୍ଷକଙ୍କ ଅନ୍‌ଲାଇନ୍ କ୍ଲାସ

ଭୁବନେଶ୍ୱର: ଆସନ୍ତା ୪ ତାରିଖରୁ ଆରମ୍ଭ ହେବ ଶିକ୍ଷକଙ୍କ ଅନ୍‌ଲାଇନ୍ କ୍ଳାସ । ଏହା ୫ ଦିନ ଧରି ଚାଲିବ । ରାଜ୍ୟର ୧୦୧ ଉତ୍କର୍ଷ ବିଦ୍ୟାଳୟ, ୩୦ ଜିଲ୍ଲାର ୩୦ ଟି ଯୁକ୍ତ ଦୁଇ କଲେଜ୍ ଓ ଶିକ୍ଷକ ଶିକ୍ଷା କଲେଜରେ ଶିକ୍ଷକମାନେ ତାଲିମ ନେବେ ।

ପରୀକ୍ଷାରେ ସଫଳତା ହାର ବଢାଇବା ଲାଗି ଗଣଶିକ୍ଷା ବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ଫଳ ଶୂନ୍ୟ ସ୍କୁଲର ପ୍ରଧାନଶିକ୍ଷକଙ୍କ ସହ ଶିକ୍ଷାମନ୍ତ୍ରୀ ସମୀର ଦାଶ କଥାହେବେ । ଏସବୁ ଶିକ୍ଷାନଷ୍ଠାନ ଗୁଡ଼ିକରେ ଶିକ୍ଷାଦାନ ଯେପରି କରୋନା ପାଇଁ ପ୍ରଭାବିତ ନ ହଉ ଏବଂ ରେଜଲ୍ଟ ହାର ବଢୁ ସେଥିଲାଗି ଏହି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ।

ଏହାସହ ଚଳିତ ବର୍ଷ ଜିରୋ ରେଜଲ୍ଟ ହୋଇଥିବା ୩୧ ଟି ସ୍କୁଲ୍ ର ପ୍ରଧାନ ଶିକ୍ଷକଙ୍କ ସହ ଖୁବ୍ ଶୀଘ୍ର ନିଜେ ଅନଲାଇନ ଯୋଗେ ଆଲୋଚନା କରିବେ ମନ୍ତ୍ରୀ। ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇଛି। ଦିନେ ଦୁଇ ଦିନ ଭିତରେ ଯୁକ୍ତ ଦୁଇ ଆଡ଼ମିଶନ ନେଇ ବିଜ୍ଞପ୍ତି ପ୍ରକାଶ କରିବେ ସରକାର।ବୋଲି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି ।