ଅନ୍ ଲାଇନ୍ ରେ ଚିକିତ୍ସିତ ହେବେ ଶିଶୁ

କଟକ: ଅନ୍ ଲାଇନ୍ ରେ ଚିକିତ୍ସିତ ହେବେ ଶିଶୁ । ତେବେ ଏହି ଅନ୍ ଲାଇନ୍ ଚିକିତ୍ସା ସେବା ଯୋଗାଇବେ ଶିଶୁ ଭବନର ଶିଶୁ ରୋଗ ବିଶେଷଜ୍ଞ । ଲକଡାଉନ ଜାରି ରହିଥିବାରୁ ଶିଶୁଭବନରେ ପହଂଚିବା ସମସ୍ତ ଅଭିଭାବକଙ୍କ ପକ୍ଷେ ସମ୍ଭବପର ହେଉନାହିଁ। ଏଥିପାଇଁ ଶିଶୁଭବନର ଟେଲିମେଡିସିନ ସେଂଟର କିମ୍ବା ହ୍ୱାଟସଆପ୍ ଭିଡିଓ କଲ୍ ମାଧ୍ୟମରେ ରୋଗୀଙ୍କୁ ସିଧାସଳଖ ଚିକିତ୍ସା ସେବା ଯୋଗାଇବାକୁ ଆଜି ନିଷ୍ପତି ହୋଇଛି। ପ୍ରତ୍ୟେକ ଦିନ ୪ ଘଂଟା ଏଭଳି ରୋଗୀ ଚିକିତ୍ସା କାର୍ଯ୍ୟକ୍ରମ ଜାରି ରହିବା ନେଇ ଶିଶୁଭବନ ପକ୍ଷରୁ ସୂଚନା ମିଳିଛି।