ଶସ୍ତା ହେବ ପିଆଜ

ନୂଆଦିଲ୍ଲୀ: ପିଆଜ ଦର ଆକାଶ ଛୁଆଁ ଥିବା ବେଳେ ଏବେ ଏଥିରୁ ସାମାନ୍ୟ ଆଶ୍ଵସ୍ତୀ ମିଳିଛି। ଭାରତ ବିଦେଶରୁ ପିଆଜ ଆମଦାନୀ କରିଛି। ଭାରତୀୟ ବନ୍ଦର ନିକଟରେ ଏବେ ୨୦୦ ଟନ ପିଆଜ ପହଁଚିଥିବା ବେଳେ ୩୦୦୦ ଟନ୍ ପିଆଜ ରାସ୍ତାରେ...

ନୂଆଦିଲ୍ଲୀ: ପିଆଜ ଦର ଆକାଶ ଛୁଆଁ ଥିବା ବେଳେ ଏବେ ଏଥିରୁ ସାମାନ୍ୟ ଆଶ୍ଵସ୍ତୀ ମିଳିଛି। ଭାରତ ବିଦେଶରୁ ପିଆଜ ଆମଦାନୀ କରିଛି। ଭାରତୀୟ ବନ୍ଦର ନିକଟରେ ଏବେ ୨୦୦ ଟନ ପିଆଜ ପହଁଚିଥିବା ବେଳେ ୩୦୦୦ ଟନ୍ ପିଆଜ ରାସ୍ତାରେ ରହିଛି। ଖୁବ୍ ଶୀଘ୍ର ଏହି ପିଆଜ ଖୁଚୁରା ବଜାରରେ ଉପଲବ୍ଧ ହେବାକୁ ଯାଉଛି। କୃଷି ମନ୍ତ୍ରାଳୟ ଅନୁଯାୟୀ, ୨,୫୦୦ ଟନ୍ ପିଆଜ ଭାରତୀୟ ବନ୍ଦରରେ ୮୦ଟି କଣ୍ଟେନରରେ ପହଁଚିଛି। 

କିଛି ଦିନ ହେବ ପିଆଜ ଦର ୧୦୦ ଛୁଇଁଥିଲା। ତେବେ ପିଆଜର ଚଢା ଦରରୁ ଏବେ ଗ୍ରାହକଙ୍କୁ ସାମାନ୍ୟ ଆଶ୍ଵସ୍ତୀ ମିଳିବ। ଚଢା ଦରକୁ ଦେଖି ଭାରତ ସରକାର ବିଦେଶରୁ ପିଆଜ ଆମଦାନୀ କରିଛନ୍ତି। ମିଶରରୁ ୭୦ କଣ୍ଟେନର ପିଆଜ ଆସିଥିବା ବେଳେ ନେଦରଲ୍ୟାଣ୍ଡରୁ ୧୦ କଣ୍ଟେନର ପିଆଜ ଆମଦାନୀ ହୋଇଛି। ଆହୁରି ୩୦୦୦ ଟନ୍ ପିଆଜ ଅଧା ରାସ୍ତାରେ ପହଁଚିଛି ବୋଲି କୃଷି ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି। 

ଅନିୟମିତ ବର୍ଷା କାରଣରୁ ପିଆଜ ଉତ୍ପାଦନରେ ପ୍ରଭାବ ପଡିଛି। ଚଳିତ ବର୍ଷ ୩୦ ରୁ ୪୦ ପ୍ରତିଶତ ପିଆଜ ଉତ୍ପାଦନ ହ୍ରାସ ପାଇଛି। ଏହି କାରଣରୁ ପିଆଜ ଦର ଏବେ ୧୦୦ ଛୁଇଁଛି। ତେଣୁ ସରକାର ବିଦେଶରୁ ପିଆଜ ଆମଦାନୀ କରିଛନ୍ତି। ଆଫଗାନିସ୍ତାନ, ମିଶର, ତୁର୍କୀ ଏବଂ ଇରାନରୁ ଏହି ପିଆଜ ସବୁକୁ ଆମଦାନୀ କରାଯାଉଛି।

Spread the love
Categories
ଦେଶ-ବିଦେଶ

RELATED BY