ଆହୁରି କନ୍ଦାଇବ ପିଆଜ

ନୂଆଦିଲ୍ଲୀ: ଭାରତବାସୀଙ୍କୁ ଆହୁରି ପିଆଜ କନ୍ଦାଇବ । କାରଣର ତୁର୍କୀରୁ ଆମଦାନୀ ହେଉଥିବା ପିଆଜ ଆଉ ଭାରତକୁ ଆସିବ ନାହିଁ । କାରଣ ତୁର୍କୀରେ ପିଆଜର ଦାମ ବଢ଼ି ଯିବାରୁ ସେ ରପ୍ତାନୀ ବନ୍ଦ କରିଦେଇଛି । ଫଳରେ ପିଆଜ ଦର ୧୦ ରୁ ୧୫ ପ୍ରତିଶତ ଆହୁରି ବଢ଼ିବ ବୋଲି ଜଣାପଡିଛି ।

ଭାରତରେ ଗତ କିଛି ସପ୍ତାହ ଧରି ପିଆଜ ଦର ଆକାଶଛୁଆଁ ରହିଛି । ମହଙ୍ଗା ପିଆଜ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ସରକାରଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମୁଣ୍ଡବ୍ୟଥାର କାରଣ ହୋଇଛି । ଏବେ ବି ଦେଶର ଅନେକ ସହରରେ ପିଆଜ କିଲୋ ୧୦୦ ଟଙ୍କା ଉପରେ ରହିଛି । ଦେଶରେ ପିଆଜ ଅଭାବ ମେଂଟାଇବା ପାଇଁ ସରକାର ତୁର୍କି, ଇଜିପ୍ଟ ପ୍ରଭୃତି ଦେଶରୁ ଆମଦାନୀ କରୁଛନ୍ତି । ଏହା ଫଳରେ ଆଗାମୀ କିଛି ଦିନରେ ପିଆଜ ଦର କମିବ ବୋଲି ଆଶା କରାଯାଉଥିଲା । କିନ୍ତୁ ଏହି ଆଶା ଏବେ ନିରାଶାରେ ପରିଣତ ହେବାକୁ ଲାଗିଛି । କାରଣ ତୁର୍କୀ ପିଆଜ ରପ୍ତାନି ଉପରେ କଟକଣା ଲଗାଇଛି । ଭାରତ ଆମଦାନୀ କରୁଥିବା ପିଆଜର ଅଧା ତୁର୍କୀରୁ ଆସିଥାଏ । ଦେଶରେ ପିଆଜ ଦର ବଢିବା ପରେ ସରକାର ୭୦୭୦ ଟନ ପିଆଜ ଆମଦାନୀ କରିଥିଲେ । ଏହାର ଅଧା କେବଳ ତୁର୍କୀରୁ ଆସିଥିଲା । କିନ୍ତୁ ଏହି ଦେଶରେ ପିଆଜ ମହଙ୍ଗା ହେବା ପରେ ସେଠାକାର ସରକାର ରପ୍ତାନି କଟକଣା ଲଗାଇଛନ୍ତି । ତୁର୍କୀ ରପ୍ତାନି ବନ୍ଦ କରିବା ପରେ ଭାରତରେ ପିଆଜ ଦର କମିବା ବଦଳରେ ଆହୁରି ବଢିବା ଆଶଙ୍କା ଦେଖାଦେଇଛି ।