କନ୍ଦାଉଛି ପିଆଜ

ଭୁବନେଶ୍ୱର:ସାରା ରାଜ୍ୟରେ ଖାଉଟିଙ୍କୁ କନ୍ଦାଉଛି ପିଆଜ । ଏବେ ପିଆଜ କାଟିଲେ ଲୁହ ବାହାରୁନି କିଣିଲେ ବାହାରୁଛି ଲୁହ । ପରିବା ବଜାରରେ ସବୁଠୁ ମହଙ୍ଗା ଏବେ ପିଆଜ । ରାଜ୍ୟର କିଛି ସ୍ଥାନରେ ୮୦ଟଙ୍କା ପାର କରିଛି ପିଆଜି କିଲୋ ।

ବଜାରରେ ଏବେ ପିଆଜ କିଲୋକୁ ୮୦ ଟଙ୍କା । ଆଗକୁ କିଲୋ ପ୍ରତି ପିଆଜ ଦର ୧୦୦ଟଙ୍କା ଟପିବା ଆଶଙ୍କା ରହିଛି ବୋଲି ବ୍ୟବସାୟୀ କହୁଛନ୍ତି । ୪ମସ ତଳେ ଯେଉଁ ପିଆଜ ବଜାରରେ ୨୦ଟଙ୍କାରେୂ ମିଳୁଥିଲା ଏବେ ତାହା ୮୦ଟଙ୍କା ଟପିଛି । ୨ଦିନ ତଳେ ପିଆଜ ବଜାରରେ ୫୫ ରୁ ୬୦ ଟଙ୍କା ରହିଥିବା ବେଳେ ଏବେ କିଲୋ ପିଛା ୨୦ଟଙ୍କା ବୃଦ୍ଧି ପାଇ ଦର ୮୦ଟଙ୍କାରେ ପହଂଚିଛି । ରାଜ୍ୟ ସରକାର ମୈତ୍ରୀ ଷ୍ଟ୍ରୋରରେ ପିଆଜ ସୁଲଭ ଦରରେ ବିକ୍ରି କରୁଥିଲେ ମଧ୍ୟ ଏହା ସମୁଦ୍ରକୁ ସଙ୍ଖେ । 

ଲୋକଙ୍କୁ ସୁଲଭ ଦରରେ ପିଆଜ ଯୋଗାଇବାରେ ରାଜ୍ୟ ସରକାର ବିଫଳ ହୋଇଥିବା କୁହାଯାଉଛି । ତେବେ ପିଆଜିର ଏନ୍ତୁଡ଼ି ଶାଳ କୁହାଯାଉଥିବା ମହାରାଷ୍ଟ୍ରର ନାସିକରେ କୁଇଣ୍ଟାଲ ପିଛା ୬୫୦୦ରୁ ୭୫୦୦ ଟଙ୍କାରେ ବିକ୍ରି ହେଉଛି । ଚଳିତ ବର୍ଷ ମହାରାଷ୍ଟ୍ରରେ ଲଗାଣ ବର୍ଷା ଯୋଗଁ ପିଆଜ ଉତ୍ପାଦନରେ ବାଧା ସୃଷ୍ଟି ହୋଇଛି । ନାସିକରେ ପିଆଜ ଦର ବୃଦ୍ଧି । ସେହିପରି ଆନ୍ଧ୍ର ଓ ପଶ୍ଚିମବଙ୍ଗରେ ପିଆଜ ଉତ୍ପାଦନ ବଢିଲେ ଓଡ଼ିଶାରେ ପିଆଜ ଦର କମିବ ବୋଲି ଆଶା କରାଯାଉଛି ।