ପିଆଜ ଦର ଛୁଇଁଲା ୧୦୦

କଟକ:ସାରା ରାଜ୍ୟରେ ଖାଉଟିଙ୍କୁ କନ୍ଦାଉଛି ପିଆଜ । ଏବେ ପିଆଜ କାଟିଲେ ଲୁହ ବାହାରୁନି ବରଂ କିଣିଲେ ବାହାରୁଛି ଲୁହ । ପରିବା ବଜାରରେ ସବୁଠୁ ମହଙ୍ଗା ଏବେ ପିଆଜ । ଆଜି କଟକରେ ପିଆଜ ଦର୧୦୦ଛୁଇଁଛି ।   

ବଜାରରେ ଏବେ ପିଆଜ କିଲୋକୁ ୯୦ରୁ ୧୦୦ ଟଙ୍କାରେ ବିକ୍ରୟ କରାଯାଉଛି । ଆଗକୁ କିଲୋ ପ୍ରତି ପିଆଜ ଦର ୧୦୦ଟଙ୍କା ଟପିବା ଆଶଙ୍କା ରହିଥିଲା ।   ଯାହା ଆଜି ସତ ହୋଇଛି ।  । ୪ମାସ ତଳେ ଯେଉଁ ପିଆଜ ବଜାରରେ ୨୦ଟଙ୍କାରେୂ ମିଳୁଥିଲା ଏବେ ତାହା ୧୦୦ଟଙ୍କା ଛୁଇଁଛି । ୨ଦିନ ତଳେ ପିଆଜ ବଜାରରେ ୮୦  ରୁ ୯୦ ଟଙ୍କା ରହିଥିବା ବେଳେ ଏବେ କିଲୋ ପିଛା ୧୦ଟଙ୍କା ବୃଦ୍ଧି ପାଇ ଦର ୧୦୦ଟଙ୍କାରେ ପହଂଚିଛି । କଟକର ଛତ୍ରବଜାର ସମେତ ରାଜଧାନୀ ଭୁବନେଶ୍ୱରର କିଛି ସ୍ଥାନରେ ପିଆଜ ୧୦୦ ଟଙ୍କାରେ ବିକ୍ରି ହେଉଛି । 

ଲୋକଙ୍କୁ ସୁଲଭ ଦରରେ ପିଆଜ ଯୋଗାଇବାରେ ରାଜ୍ୟ ସରକାର ବିଫଳ ହୋଇଥିବା କୁହାଯାଉଛି । ତେବେ ପିଆଜିର ଏନ୍ତୁଡ଼ି ଶାଳ କୁହାଯାଉଥିବା ମହାରାଷ୍ଟ୍ରର ନାସିକରେ କୁଇଣ୍ଟାଲ ପିଛା ୭୦୦୦ରୁ ୭୫୦୦ ଟଙ୍କାରେ ବିକ୍ରି ହେଉଛି । ଚଳିତ ବର୍ଷ ମହାରାଷ୍ଟ୍ରରେ ଲଗାଣ ବର୍ଷା ଯୋଗଁ ପିଆଜ ଉତ୍ପାଦନରେ ବାଧା ସୃଷ୍ଟି ହୋଇଛି । ସେହିପରି ଆନ୍ଧ୍ର ଓ ପଶ୍ଚିମବଙ୍ଗରେ ପିଆଜ ଉତ୍ପାଦନ ବଢିଲେ ଓଡ଼ିଶାରେ ପିଆଜ ଦର କମିବ ବୋଲି ଆଶା କରାଯାଉଛି । ଏତତ୍ ବ୍ୟତୀତ ଆହୁରି ୨୦ ଦିନ ପରେ ପିଆଜ ଦର କମିବ ବୋଲି ଛତ୍ର ବଜାରର କିଛି ବ୍ୟବସାୟୀ କହିଛନ୍ତି ।