ଦେଶରେ ଏକକ ନିର୍ବାଚନ ହେବା ପ୍ରସଙ୍ଗ : ବିଜେଡି କହିଲା ଅନୁଧ୍ୟାନ ଚାଲିଛି,ଠିକଣା ସମୟରେ ଦିଆଯିବ ମତ

ଭୁବନେଶ୍ବର  : ଦେଶରେ ଏକକ ନିର୍ବାଚନ କରିବା ପାଇଁ ପୁଣି ନୀତି ଆୟୋଗ ବୈଠକ ପ୍ରସ୍ତାବ ରଖିଛନ୍ତି ପ୍ରଧାନ ମନ୍ତ୍ରୀ। ଏନେଇ ତୁରନ୍ତ ମତାମତ ଦେବାକୁ  ମୁଖ୍ୟମନ୍ତ୍ରୀ ମାନଙ୍କୁ ଆହ୍ବନ ଦେଇଛନ୍ତି । ଯାହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ହେଲେ ବାସ୍ତବରେ କେତେ ଦୂର ଏହା ଲାଗୁ ହୋଇ ପାରିବ ସେ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ। କାରଣ କୌଣସି ମତେ ଯଦି କୌଣସି ରାଜ୍ୟର ବିଧାନ ସଭା ଭାଙ୍ଗିଯାଏ ତାହେଲେ ସେଠି କଣ ହେବ ବୋଲି ପ୍ରଶ୍ନ କରିଛନ୍ତି । ଏପଟେ ବିଜେଡି କହିଛି ଏହା  ଅନୁଧ୍ୟାନର ବିଷୟ

ଦେଶରେ ଏକକ ନିର୍ବାଚନ ନେଇ ନୀତି ଆୟୋଗ ବୈଠକରେ ପୁଣି ପ୍ରସ୍ତାବ ରଖିଛନ୍ତି ପ୍ରାଧନ ମନ୍ତ୍ରୀ ନରେନ୍ଦ୍ର ମୋଦି। ଏ ନେଇ ସବୁ ରାଜ୍ୟ ବିତର୍କ କରି ମତାମତ ଦେବାକୁ କହିଛନ୍ତି। ଦେଶରେ ଲୋକସଭା ଓ ବିଧାନସଭା  ଗୋଟିଏ ସମୟରେ ନିର୍ବାଚନ ହେବା ଦ୍ବାରା  ସମ୍ବଳ ଉତ୍ତମ ଉପଯୋଗ  ହେବ, ଅର୍ଥ ସଞ୍ଚୟ ହେବ। ଏହା ସହ ପଶାସନ ଉପରେ ପ୍ରଚାର ଜନିତ ଚାପ କମ ହେବ ଏବଂ ଉନ୍ନତି ମୂଳକ କାର୍ଯ୍ୟରେ ବିଳମ୍ବ ହେବ ନାହିଁ। ସେଥିପାଇଁ ୨୦୨୪ ଦେଶରେ  ଏକକ ନିର୍ବାଚନ କରିବା ପାଇଁ  ଶିଘ୍ର ମତାମତ ଦେବାକୁ କହିଛନ୍ତି। ଏନେଇ  କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି  ପ୍ରଧାନ ମନ୍ତ୍ରୀଙ୍କ ପ୍ରସ୍ତାବ ସହିତ ରାଜନୈତିକ ଦଳ ମାନେ ସହମତି ହେବ ଦରକାର।

ଏକକ ନିର୍ବାଚନ ପ୍ରସ୍ତାବ କୁ  ସବୁ ଦଳ ସ୍ବାଗତ କରିଛନ୍ତି ।ଏହା ଏକ ଭଲ ପ୍ରସ୍ତାବ କିନ୍ତୁ ବାସ୍ତବତାକୁ ନେଇ ଉଠାଇଛନ୍ତି ପ୍ରଶ୍ନ । ଏପଟେ ବିଜେଡି କହିଛି ଏକକ ନିର୍ବାଚନ ସମ୍ପର୍କରେ ଲ କମିଶନ ପକ୍ଷରୁ ଏକ ଚିଠି ସରକାରଙ୍କ ହସ୍ତଗସ୍ତ ହୋଇଛି। ଏହା ଉପରେ ମତାମତ ମାଗିଛନ୍ତି। ଏକକ ନିର୍ବାଚନ ନେଇ ଅନୁଧ୍ୟାନ ଜାରି ରହିଛି। କଂଗ୍ରେସ କହିଛି ଦେଶରେ ଯେଉଁ ବ୍ୟବସ୍ଥା ଅଛି, ବାସ୍ତବରେ ଏହାକୁ ଲାଗୁ କରିବା କଷ୍ଟକର।

ଗତ ବର୍ଷ ନୀତି ଆୟୋଗ ବୈଠକରେ ପ୍ରଧାନମନ୍ତ୍ରୀ ଏକକ ନିର୍ବାଚନ ପ୍ରସ୍ତାବ ରଖିଥିଲେ। ହେଲେ ଅନକେ ବିଧାନସଭା ନିର୍ବଚନ ସରିଥିବାବେଳେ ୨୦୧୯ ରେ ଲୋକସଭା ସମେତ କେତେକ ରାଜ୍ୟର ବିଧାନ ସଭା ନିର୍ବାଚନ ହେବ