ବିଧାୟକଙ୍କ ଘର ସମ୍ମୁଖରେ ବିସ୍ଫୋରଣ: ଜଣେ ମୃତ

ବେଙ୍ଗାଲୁରୁ : କର୍ଣ୍ଣାଟକର ରାଜ୍ୟରାଜେଶ୍ବରୀ ନଗରରେ କଂଗ୍ରେସ ବିଧାୟକଙ୍କ ଘର ସମ୍ମୁଖରେ ଏକ ବିସ୍ଫୋରଣ ଘଟିଛି । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ, ରବିବାର ସକାଳ ପ୍ରାୟ ସାଢେ ୯ଟାରେ ବିଧାୟକ ତଥା ଚଳଚ୍ଚିତ୍ର ନିର୍ମାତା ମୁନିରତ୍ନଙ୍କ ଘର ବାହାରେ ଥିବା ପାର୍କିଂସ୍ଥଳରେ ବିସ୍ଫୋରଣ ଘଟିଥିଲା । ଏହି ବିସ୍ଫୋରଣରେ ପ୍ରାଣ ହରାଇଥିବା ବ୍ୟକ୍ତି ଜଣଙ୍କ ମୁନିରତ୍ନଙ୍କ ଘରେ କାମ କରୁଥିଲେ ବୋଲି ଜଣାପଡିଛି । ମୃତକଙ୍କ ନାମ ଭେଙ୍କଟେଶ। ବିସ୍ଫୋରଣର କାରଣ ଏପର୍ଯ୍ୟନ୍ତ ଜଣାପଡି ନାହିଁ।