ଶ୍ରୀନଗରରେ କୋରୋନା ନେଲା ବୃଦ୍ଧଙ୍କ ଜୀବନ

ଶ୍ରୀନଗର: ଆତଙ୍କ ଖେଳାଇଛି ମହାମାରୀ କୋରୋନା ଭାଇରସ । ଭାରତରେ ବଢିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏପରିସ୍ଥିତିରେ କୋରୋନା ଯୋଗୁଁ କେନ୍ଦ୍ରଶାସିତ ଅଂଚଳ ଜମ୍ମୁ କାଶ୍ମୀର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଛି । ଜମ୍ମୁକାଶ୍ମୀରରେ କୋରୋନା ଜନିତ ମୃତ୍ୟୁ ଏହା ପ୍ରଥମ ମାମଲା ।

ତେବେ ଶ୍ରୀନଗରରେ ଗୁରୁବାର ୬୫ ବର୍ଷୀୟ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା କେନ୍ଦ୍ରଶାସିତ ଅଞ୍ଚଳର ଯୋଜନା ଆୟୋଗ ସଚିବ ରୋହିତ କନସଲ ସୂଚନା ଦେଇଛନ୍ତି । ମୃତ ବ୍ୟକ୍ତିଙ୍କ ଘର ହାଇଦରପୋରାରେ ହୋଇଥିବା ଜଣାପଡିଛି । ତେବେ ବ୍ୟକ୍ତି ଜଣକ କୋରୋନାରେ ଆକ୍ରାନ୍ତ ଥିବାବେଳେ ସେ ୪ ଜଣଙ୍କ ସଂସ୍ପର୍ଶରେ ଆସିଥିଲେ । ସେହି ୪ ବ୍ୟକ୍ତିଙ୍କ ଶରୀରରେ ମଧ୍ୟ କୋରୋନା ପଜିଟିଭି ମିଳିଛି ।

ଜମ୍ମୁ କାଶ୍ମୀରକୁ ମିଶାଇ ଦେଶରେ ବର୍ତମାନ ସୁଦ୍ଧା ୧୧ ଜଣଙ୍କର ମୃ୍ତ୍ୟୁ ହୋଇସାରିଲାଣି । ଅନ୍ୟପକ୍ଷେ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦୦ ଟପିଛି । ସେହିପରି ସାରା ବିଶ୍ୱରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧ ହଜାର ଛୁଇଁଛି ।