ପୱନର କ୍ୟୁରେଟିଭ ପିଟିସନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନିର୍ଭୟା ଦୋଷୀ ପୱନ ଗୁପ୍ତାର କ୍ୟୁରେଟିଭ ପିଟିସନକୁ ଖାରଜ କଲେ ସୁପ୍ରିମକୋର୍ଟ । ଜଷ୍ଟିସ ଏନ.ଭି ରମଣଙ୍କ ୫ଜଣିଆ ଖଣ୍ଡପୀଠରେ ଏହି ମାମଲାର ରାୟ ଶୁଣାଇଛନ୍ତି । ମୃତ୍ୟୁ ଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡରେ ପରିବର୍ତନ କରିବା ନେଇ ଆବେଦନ ହୋଇଥିଲା କ୍ୟୁରେଟିଭ ପିଟିସନ । ଏବେ ସମସ୍ତଙ୍କ ନଜର ପଟିଆଲା ହାଉସ କୋର୍ଟ ଉପରେ ।

ଏହା ସହିତ ୪ ଦୋଷୀଙ୍କ ଶାରୀରିକ, ମାନସିକ ସ୍ଥିତିର ସମୀକ୍ଷା ପାଇଁ ଜାତୀୟ ମାନବଧିକାର ଆୟୋଗକୁ ନିର୍ଦ୍ଦେଶ ଦେବାକୁ ଗତ ଶନିବାର କୋର୍ଟରେ ଆବେଦନ କରାଯାଇଥିଲା । ଯାହାର ଶୁଣାଣି ହୋଇପାରେ । ଏହା ସହିତ ଫାଶୀରେ ସ୍ଥଗିତାଦେଶ ଆବେଦନର ମଧ୍ୟ ଶୁଣାଣି ହେବ ।

ଏହି ଚାରି ଦୋଷୀଙ୍କ ମଧ୍ୟରୁ ପବନ ଗୁପ୍ତା ହିଁ ଜଣେ ଯିଏ କି ଏଯାଏଁ କ୍ୟୁରେଟିଭ ପିଟିସନ ଆବେଦନ କରିନଥିଲା ।ସୂଚନାଯୋଗ୍ୟ, ଏହି ମାମଲାରେ ଦୋଷୀ ମୁକେଶ, ବିନୟ ଓ ଅକ୍ଷୟ ସମସ୍ତେ କ୍ୟୁରେଟିଭି ପିଟିସନ ସହ ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ଯାଚିକା ଆବେଦନ କରିସାରିଲେଣି । ଆଉ ଏହି ସମସ୍ତ ଆବେଦନ ଖାରଜ ମଧ୍ୟ କରାଯାଇଛି । ସେପଟେ, ଅକ୍ଷୟ ମଧ୍ୟ ଖାରଜ ହୋଇଥିବା କ୍ୟୁରେଟିଭ ପିଟିସନରେ ସମ୍ପୂର୍ଣ୍ଣ ତଥ୍ୟ ନଥିବାରୁ ପୁଣି ଥରେ କ୍ୟୁରେଟିଭ ପିଟିସନ ଦାଖଲ କରିଛି ।

ପ୍ରଥମେ ଜାନୁଆରୀ ୨୨ ତାରିଖକୁ ନିର୍ଭୟା ଦୋଷୀଙ୍କ ଡେଥ ୱାରେଂଟ ଜାରି ହୋଇଥିଲା । ଏହାପରେ ଫେବୃଆରୀ ୧ତାରିଖକୁ ପୁଣି ଥରେ ଦ୍ବିତୀୟ ଥର ପାଇଁ ୪ଦୋଷୀଙ୍କୁ ଫାଶୀ ଖୁଂଟରେ ଝୁଲାଇବା ପାଇଁ ନୂଆ ଡେଥ ୱାରେଂଟ ଜାରି ହୋଇଥିଲା ।  ତେବେ ତୃତୀୟ ଥର ପାଇଁ ମାର୍ଚ୍ଚ ୩ ଡେଥ ୱାରେଂଟ ଜାରି ହୋଇଛି ।  ପରିବର୍ତନ