ବିଜାପୁର: ସ୍ଥାନୀୟ ଇରାପଲ୍ଲୀ ଅଂଚଳରେ ନକ୍ସଲ ଓ ଯବାନ ଗୁଳିବିନିମୟ ଘଟିଥିବା ସୂଚନା ମିଳିଛି । ଏଥିରେ ଜଣେ ନକ୍ସଲ ନିହତ ହୋଇଥିବାବେଳେ ୨୦୪ ବାଟାଲିୟନର ୨ କୋବ୍ରା ଯବାନ ଶହୀଦ ହୋଇଛନ୍ତି । ଏହାସହ ୨ ଯବାନ ଗୁରୁତର ଆହତ ହୋଇଛନ୍ତି ।
୪ଜଣ ଯବାନଙ୍କ ମଧ୍ୟରେ ଜଣେ ଡେପୁଟି କମାଣ୍ଡାଂଟ ରହିଛନ୍ତି । ତେବେ ନକ୍ସଲ ଓ ଯବାନଙ୍କ ମଧ୍ୟରେ ଗୁଳିବନିୟମ ଜାରି ରହିଛି । ଯବାନଙ୍କ ପକ୍ଷରୁ ନକ୍ସଲଙ୍କୁ କଡା ଜବାବ ଦିଆଯାଉଛି ।
ସୂଚନାଯୋଗ୍ୟ, ସୋମବାର ସକାଳେ ବିଜାପୁରର ଇରାପଲ୍ଲୀ ଗ୍ରାମ ନିକଟସ୍ଥ ଜଙ୍ଗଲରେ ଯବାନମାନେ ନକ୍ସଲଙ୍କ ବିରୋଧରେ ସର୍ଚ୍ଚ ଅପରେସନ୍ରେ ଆରମ୍ଭ କରିଥିଲେ। ଦିନ ପାଖାପାଖି ୧୦ଟାରେ ଜଙ୍ଗଲରେ ଯବାନଙ୍କୁ ସର୍ଚ୍ଚ ଅପରେସନ୍ କରୁଥିବା ଦେଖି ନକ୍ସଲମାନେ ହଠାତ ସେମାନଙ୍କ ଉପରକୁ ଅତର୍କିତ ଭାବେ ଗୁଳିଚାଳନା ଆରମ୍ଭ କରି ଦେଇଥିଲେ।
ଯବାନମାନେ ବି ନକ୍ସଲଙ୍କ ଏହି ଆକ୍ରମଣର ପାଲଟା ଜବାବ ଦେଇଥିଲେ। ଏହି ଗୁଳିବିନିମୟରେ ଜଣେ ନକ୍ସଲ ନିହତ ହୋଇଥିବା ବେଳେ କୋବ୍ରା ବାଟାଲିୟନ୍ର ୨ଜଣ ଯବାନ ସହିଦ ହୋଇଯାଇଛନ୍ତି। ଅନ୍ୟ ୨ଜଣ ଯବାନ ଗୁରୁତର ହୋଇଥିବା ଜଣାପଡ଼ିଛି। ଦୁଇ ଗୁରୁତର ଯବାନଙ୍କୁ ହସ୍ପିଟାଲ୍ରେ ଚିକିତ୍ସା ପାଇଁ ଭର୍ତି କରାଯାଇଛି।
ଘଟଣାସ୍ଥଳରୁ ନକ୍ସଲଙ୍କ ବ୍ୟବହୃତ ଅନେକ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଏବେ ବି ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି। ୭ଜଣ ନକ୍ସଲ ଆତ୍ମସମର୍ପଣ କରିଥିବା ଏସ୍ପି ଦିବ୍ୟାଙ୍ଗ ପଟେଲ ସୂଚନା ଦେଇଛନ୍ତି।