ରାଜ୍ୟରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ, ଅନ୍ୟ ଜଣେ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ପୁଣି ଥରେ ଜଣେ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂପୃକ୍ତ ବ୍ୟକ୍ତି ଯାଜପୁର ଜିଲ୍ଲାର ବରୀ ବ୍ଲକର ବୋଲି ଜଣାପଡ଼ିଛି । ରେଡ ଜୋନରେ ସାମିଲ ଥିବା ଯାଜପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୮ରେ ପହଂଚିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୱେବସାଇଟରୁ ଏହା ଜଣାପଡ଼ିଛି । ୬୨ ବର୍ଷିଅ ବୃଦ୍ଧ ନିକଟରେ କୋଲକାତାରୁ ଫେରିଥିଲେ । କରୋନା ଭାଇରସ ଲକ୍ଷଣ ନ ଥିଲେ ବି ସେ କ୍ୱାରେନଂଟାଇନ୍ ରେ ଥିଲେ ।

ଅନ୍ୟପଟରେ ଆଜି ଓଡ଼ିଶାବାସୀଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି । କରୋନା ଭାଇରସରେ ପୀଡ଼ିତ ଜଣେ ବ୍ୟକ୍ତି ସୁସ୍ଥ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ସୁସ୍ଥ ହୋଇଥିବା ବ୍ୟକ୍ତିଜଣକ ଭୁବନେଶ୍ୱର ବୋଲି ଜଣାପଡ଼ିଛି ।