ତିତିଲି ଠୁ ଆଉ ଏକ ପ୍ରୟଳଙ୍କାରୀ ସାମୁଦ୍ରିକ ଝଡ ମାଡି ଆସୁଛି ଜାଣନ୍ତୁ ଖବର ଉପରେ କଣ କହୁଛନ୍ତି ଏସଆରସି

ଭୁବନେଶ୍ୱର : ବାତ୍ୟା ତିତିଲିର ତାଣ୍ଡବର କ୍ଷତ ଶୁଖିନି । ଲୋକେ ଏବେ ବି ଦୁର୍ଦଶାରେ ଅଛନ୍ତି । ବାତ୍ୟା ଓ ପରବର୍ତୀ ବନ୍ୟା ଉଜାଡି ଦେଇଛି ଲୋକଙ୍କ ଧନ ଜୀବନ । ରିଲିଫ ଓ ଧଇଥାନ କାମରେ ଲାଗିଛନ୍ତି ସରକାର । ଏବେ ବି ଅନେକ ଲୋକ ଜଳବନ୍ଦୀରେ ଅଛନ୍ତି । ଜନ ଜୀବନ ସ୍ୱଭାବିକ ହୋଇନି । ହେଲେ ତିତିଲି ଠାରୁ ଅଧିକ ଆଉ ଏକ ପ୍ରୟଳଙ୍କାରୀ ସାମୁଦ୍ରିକ ଝଡ ମାଡି ଆସୁଛି ବୋଲି ସୋସିଆଲ ମିଡିଆର ଖବର ଭାଇରାଲ ହୋିଛି । ଏପରି ଖବରକୁ ନେଇ ଲୋକେ ଭୟଭିତ ହୋଇ ପଡୁଛନ୍ତି । ଏହାକୁ ନେଇ ବିଭିନ୍ନ ସ୍ଥାନରେ ଆଲୋଚନା ଆରମ୍ଭ ହେଲାଣି । କିନ୍ତୁ ସୋସିଆଲ ମିଡିଆରେ ଆଉ ଏକ ବାତ୍ୟା ମାଡିଆସିବା ଖବର ଗୁଜବ ଓ ଉଡା ଖବର ବୋଲି ଜଣା ପଡିଛି । ଏହାକୁ ବିଶ୍ୱାସ ନକରିବା ସହ ଭୟ କରିବାର କୈଣସି କାରଣ ନାହିଁ । ସୋସିଆଲ ମିଡିଆରେ କିଛି ଖଳ ପ୍ରକୃତିର ଲୋକେ ଏଭଳି ଖବର ଲେଖି ଲୋକଙ୍କୁ ଭୟଭୀତ କରାଉଛନ୍ତି, ଏହାର କିଛି ସତ୍ୟତା ନାହିଁ କି ଏଥିରେ ଡରିବାର ନାହିଁ ବୋଲି ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁ ପଦ ସେଠୀ ଟ୍ୟୁଟ୍ କରି ଏପରି ସୂଚନା ଦେଇଛନ୍ତି ।
ଏସଆରସି କହିଛନ୍ତି, ଆଉ ଏକ ବାତ୍ୟା ଆସୁଛି ବୋଲି ସୋସିଆଲ ମିଡିଆରେ କିଛି ଲୋକେ ଗୁଜବ ପ୍ରଚାର କରୁଥିବା ଆମ ଦୃଷ୍ଟିକୁ ଆସିଛି । ସେମାନଙ୍କୁ ଅନୁରୋଧ କରାଯାଉଛି ଯେ, ଏଭଳି ଗୁଜବ ପ୍ରଚାର କରନ୍ତୁ ନାହିଁ । ସାମାଜିକ ଭାବେ ଏପରି ଅପପ୍ରଚାର ଆଦୌ ଗ୍ରହଣୀୟ ନୁହେଁ। ଏହା ଏକ ଅପରାଧିକ ବ୍ୟବହାର ବୋଲି ଶ୍ରୀ ସେଠୀ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ଏଭଳି କରୁଥିବା ଲୋକମାନେ କ୍ରାଇମ କରୁଛନ୍ତି ବୋଲି କହିଛନ୍ତି ଏସଆରସି।