ପୁଣି ଜଣେ କରୋନା ପଜିଟିଭ୍ ଚିହ୍ନଟ; ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬୧ରେ ପହଂଚିଲା

ଭୁବନେଶ୍ୱର: ରାଜ୍ୟରେ ପୁଣି  ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାଯାଇଛି । ଆକ୍ରାନ୍ତ ଜଣକ ବାଲେଶ୍ୱର ଜିଲ୍ଲାର ବୋଲି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେ ୩୪ ବର୍ଷିୟ ଯୁବକ ଓ ଜଣେ କୋଲକାତା ଫେରନ୍ତା ବୋଲି କୁହାଯାଇଛି। ତାଙ୍କଠାରେ କୌଣସି ଲକ୍ଷଣ ନ ଥିବା ବି ସୂଚନା ଦିଆଯାଇଛି। ଏହାଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୧କୁ ବୃଦ୍ଧି ପାଇଛି।