ଆଉ ଜଣେ କରୋନା ଚିହ୍ନଟ; ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ହେଲା ୯୦

ନୂଆ କରୋନା ଆକ୍ରାନ୍ତ ଭଦ୍ରକ ଜିଲ୍ଲାର

ଭୁବନେଶ୍ୱର: ଆଜି ପୁଣି ଜଣେ କରୋନା ଚିହ୍ନଟ ହୋଇଛି । ଏହି କରୋନା ଭଦ୍ରକ ଜିଲ୍ଲାରୁ ବୋଲି ଜଣାପଡିଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ୱେବସାଇଟରେ ଏହି ସୂଚନା ଦିଆଯାଇଛି। ଆକ୍ରାନ୍ତ ପଶ୍ଚିମବଙ୍ଗ ଫେରନ୍ତା ଜଣେ ୪୦ ବର୍ଷୀୟ ବ୍ୟକ୍ତି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୦ରେ ପହଂଚିଛି। ଏହି ଆକ୍ରାନ୍ତ ଚିହ୍ନଟ ହେବା ଫଳରେ ଭଦ୍ରକ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨ରେ ପହଂଚିଛି।

ଆକ୍ରାନ୍ତ  ବାସୁଦେବପୁର ବ୍ଲକ ବ୍ରାହ୍ମଣୀଗାଁର ଜଣେ କଲିକତା ଫେରନ୍ତା ହାଇଥିବାରୁ  ବ୍ରାହ୍ମଣୀଗାଁ ଓ ଅରଣ୍ଡୁଆ ଗ୍ରାମପଂଚାୟତକୁ କଂଟେନମେଂଟ ଜୋନ୍ ଭାବେ ଘୋଷଣା କରାଯାଇଛି। ବାସୁଦେବପୁର ବ୍ଲକରେ ଆଜି ସୁଦ୍ଧା ୧୧ ପଂଚାୟତ ଓ ଜିଲ୍ଲାରେ ମୋଟ ୧୩ ପଂଚାୟତକୁ କଂଟେନମେଂଟ ଜୋନ ଘୋଷଣା କରାଯାଇଛି।