ବରଗଡରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ବରଗଡ଼: ବରଗଡ ଜିଲ୍ଲାରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପଜିଟିଭ ଚିହ୍ନଟ ହୋଇଥିବା ଆକ୍ରାନ୍ତଜଣଙ୍କ ବରପାଲି ବ୍ଲକର ବୋଲି ବରଗଡ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏହି ଆକ୍ରାନ୍ତଙ୍କ ବୟସ ୪୦ ବର୍ଷ ହୋଇଥିବା ବେଳେ କିଛି ଦିନ ତଳେ ସେ ମୁମ୍ବାଇରୁ ଫେରିଥିଲେ । ପୂର୍ବରୁ ବରଗଡ ଜିଲ୍ଲାରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ଏହି ସଂଖ୍ୟା ୨ରେ ପହଂଚିଛି।

ବରଗଡ଼ ଜିଲ୍ଲାକୁ ଏ ପର୍ଯ୍ୟନ୍ତ ୬ ହଜାର ପ୍ରବାସୀ ବାହାର ରାଜ୍ୟରୁ ଆସିଲେଣି। ଆହୁରି ୨୯ ହଜାର ପ୍ରବାସୀ ଆସିବା ନିମନ୍ତେ ରେଜିଷ୍ଟ୍ରେଶନ କରିଛନ୍ତି। ତେଣୁ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ଆଶଙ୍କା ଦେଖାଦେଇଛି।