ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ଢ଼ୁଙ୍କାପଡ଼ା ପଞ୍ଚାୟତର କଣିଆପଲି ଗାଁରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥିବା ଜଣାଯାଇଛି। ଜଣେ ୪୪ ବର୍ଷୀୟା ମହିଳାଙ୍କୁ ମୃତ ଭାବି ଜୁଇ ସଜାଡି ଶ୍ମଶାନକୁ ନେଇଥିବା ବେଳେ ସେ ଜୀବିତ ଥିବା ଜଣାଗଲା।
ମିଳିଥିବା ସୂଚନା ଅନୁଯାୟୀ, କଣିଆପଲି ଗାଁର ୰ ଶତ୍ରୁଘ୍ନ ବେହେରାଙ୍କ ଚାରି ଝିଅଙ୍କ ଭିତରୁ ଦୁଃଖୀ ବେହେରା( ୪୪) ଆଜି ସକାଳୁ ନ ଉଠିବାରୁ ଘରଲୋକେ ବ୍ୟସ୍ତ ହୋଇପଡ଼ିଥିଲେ। ସେମାନେ ଭାବିଲେ ବୋଧହୁଏ ଦୁଃଖୀ ମରିଯାଇଛି। ଏଣୁ ତାର ସଂସ୍କାର କରିବା ଲାଗି ଶ୍ମଶାନକୁ ନେଇ ଯାଇଥିଲେ।
ଶ୍ମଶାନରେ ଜୁଇ ପ୍ରସ୍ତୁତି ଚାଲିଥିବା ବେଳେ କେହି ଜଣେ ଦେଖିଲେ ଯେ ଦୁଃଖୀର ହାତ ହଲୁଛି।ଏହାପରେ ତାକୁ ପୋଲସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଏହି ଘଟଣା ଏବେ କେବଳ ଗଞ୍ଜାମ ଜିଲ୍ଲାରେ ନୁହେଁ ବରଂ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି।