ରାଉରକେଲା: ଧୁରୁଆଡିହି ଥାନା ଅନ୍ତଗର୍ତ ଲହଣ୍ଡାବୁଡା ଗାଁରେ ଅଘଟଣ । ଟିଭି ଫାଟି ଜଣେ ମହିଳା ମୃତ ଓ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କ ମଧ୍ୟରେ ମହିଳାଙ୍କ ସ୍ବାମୀ ଡିଲେଶ୍ବର ନାଏକ ଓ ତାଙ୍କ ୬ ମାସର ଶିଶୁ କନ୍ୟା । ଗୁରୁତରଙ୍କୁ ଆଇଜିଏଚକୁ ସ୍ଥାନାନ୍ତର କରାଯାଇଛି । ମୃତକ ହେଲେ ବବି ନାଏକ ।
ଗତକାଲି ସନ୍ଧ୍ୟାରେ ଗୋଟିଏ ପରିବାରର ସମସ୍ତେ ଘରେ ବସି ଟିଭି ଦେଖୁଥିଲେ । ଏହି ସମୟରେ ହଠାତ ସର୍ଟସର୍ଟିକ ହୋଇ ଟିଭି ଟି ଫାଟି ଯାଇଥିଲା । ପାଖ ପଡୋଶୀ ଏତେ ଜୋରରେ କ’ଣ ଆବାଜ ହେବାରୁ ଦୌଡି ଆସି ଦେଖିବା କ୍ଷଣି ସେମାନଙ୍କ ଦେହରେ ନିଆଁ ଲାଗି ଶୋଚନୀୟ ଅବସ୍ଥାରେ ପଡିଥିଲେ । ଏହା ପରେ ସଙ୍ଗେ ସଙ୍ଗେ ସେମାନଙ୍କୁ ବିଦ୍ୟୁତ ସଂସ୍ପର୍ଶରୁ ଉଦ୍ଧାର କରିବା ସହ ଅଗ୍ନିଶମ ବିଭାଗ ଓ ଧୁରୁଆଡିହି ପୋଲିସକୁ ଖବର ଦେଇଥିଲେ ।
ଏହାପରେ ପୋଲିସ ଓ ଅଗ୍ନିଶମ ବିଭାଗ ପହଂଚି ୨ଟି ୧୦୮ ଆମ୍ବୁଲାନ୍ସ ସାହାଯ୍ୟରେ ସୁନ୍ଦରଗଡ ମୁଖ୍ୟଡାକ୍ତରଖାନାକୁ ପଠାଇଥିଲେ । ହେଲେ ସେଠାରେ ବବିଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟପଟେ, ଧୁରୁଆଡିହି ଥାନା ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି ।