ସାବଧାନ : ଚାର୍ଜରେ ବସିଥିବା ହେଡ ଫୋନ ବ୍ୟହାର କରି ବାଳକର ଜୀବନ ଗଲା

ନୂଆଦିଲ୍ଲୀ:ଚାର୍ଜରେ ବସିଥିବା ହେଡ ଫୋନ ଆପଣ ବବ୍ୟହାର କରୁଛନ୍ତି କି ସାବଧାନ ।  ଯଦି ଆପଣ କିମ୍ଭା ଆପଣଙ୍କ ପିଲା କେହିବି ଏମିତି କରୁଥାନ୍ତି ତେବେ ଏପରି କରିବାକୁ ଆପଣ ବାରଣ କରନ୍ତୁ । କାହିଁକି ନା ଏହା ଆପଣଙ୍କ ପାଇଁ ଘାତକ ହୋଇପାରେ । ଏମିତିକି ଏପରି ବ୍ୟବହାର କରିବା ଲାଗି ଜୀବନ ବି ଯାଇପାରେ ।  ଯେମିତି ହୋଇଛି ମାଲେସିଆରେ । ଚାର୍ଜରେ ବସିଥିବା ହେଡ୍‌ଫୋନ୍‌ କାନରେ ଦେଇ ମାଲେସିୟାର ଜଣେ ୧୬ ବର୍ଷିୟ ବାଳକର ଜୀବନ ଯାଇଛି । ଇଲେକ୍ଟ୍ରିରେ ଚାର୍ଜରେ ବସିଥିବା ଏକ ହେଡ ଫୋନର ବିଜୁଳି ଆଘାତ ପାଇ ଜଣେ ବାଳକ ମୃତ୍ୟୁ ବରଣ କରିଛି ବୋଲି ମଙ୍ଗଳବାର ଦିନ ଜଣାପଡ଼ିଛି। ସେଠାକାର ଖବରକାଗଜ ‘ନିୟୁ ଷ୍ଟ୍ରେଟ୍ସ୍‌ ଟାଇମ୍‌ସ୍‌’ ରିପୋର୍ଟ ଅନୁସାରେ ବିୟୋଗାନ୍ତ ଘଟନାଟି ରେମ୍ବାୟୁ ଅନ୍ତର୍ଗତ ଗୈଙ୍ଗ୍‌ ବାରୁ ପେଦାସ୍‌ରେ ଘଟିଛି।

ବିଜୁଳି ଆଘାତ ଯୋଗୁଁ ବାଳକଟିର ମୃତ୍ୟୁ ଘଟିଥିବା କଥା ବ୍ୟବଚ୍ଛେଦ ପରେ ସେଠାକାର ଅଧିକାରୀମାନେ କହିଛନ୍ତି।

ଘଟନା ବିଷୟରେ ବିଶେଷ କିଛି ପ୍ରକାଶ କରାଯାଇ ନ ଥିଲେ ବି, ବାଳକଟି ଚାର୍ଜରେ ବସିଥିବା ଓ୍ଵାୟାର୍‌ଲେସ୍‌ ବ୍ଲୁଟୁଥ୍‌ ହେଡ୍‌ଫୋନ୍‌ କାନରେ ଦେଇଥିଲା ବୋଲି ମନେହେଉଛି।

ମହମଦ ଅଦିତି ମଝାର ଜହରିନ୍‌ ନାମକ ସେ ବାଳକଟି ମରିଯାଇଥିବା କଥା ତା’ର ମାଆ ଦିନ ୧୨: ୪୫ ମିନିଟ୍‌ ସମୟରେ ଜାଣିଲେ। ସକାଳେ ମାଆ କାମକୁ ବାହାରି ଯିବାବେଳେ ପୁଅ ଚଟାଣରେ ଶୋଇଥିବା କଥା ଦେଖି ଭାବିଲେ ସେ ଶୋଇଛି। କିନ୍ତୁ ଅପରାହ୍ଣରେ କାମରୁ ଫେରିବାବେଳେ ଦେଖିଲେ ସେ ସେଇଠି ସେମିତି ଶୋଇଛି। ତା’ ଦେହ ହେମାଳ ହୋଇଗଲାଣି। ଦେହରେ କେଉଁଠି କିଛି ଖଣ୍ଡିଆଖାବରା ଚିହ୍ନ ନ ଥିଲା। କେବଳ ତା’ ବାମ କାନରୁ କିଛି ରକ୍ତ ବୋହିଥିଲା।