ଆଡିଲେଡ୍‌ରେ ଟିମ ଇଣ୍ଡିଆର ବିରାଟ ବିଜୟ

କଙ୍ଗାରୁ କୋର୍ଟରେ ଟିମ ଇଣ୍ଡିଆର ବାଜିମାତ

ଦିଲ୍ଲୀ : ଆଡିଲେଡ୍‌ରେ ବିରାଟ ବିଜୟ । କଙ୍ଗାରୁ ଟିମ୍‌କୁ ୬ ୱିକେଟ୍‌ରେ ହରାଇ ଦ୍ବିତୀୟ ଦିନିକିଆକୁ କବଜା କରିଛି ଟିମ୍‌ ଇଣ୍ଡିଆ । ଆଡିଲେଡ୍‌ରେ ଖେଳାଯାଇଥିବା ଦ୍ବିତୀୟ ଦିନିକିଆରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଅଷ୍ଟ୍ରେଲିଆ । ଦଳ ସନ୍ ମାର୍ଶଙ୍କ ୧୩୧ ଓ ମାକ୍ସୱେଲ୍‌ଙ୍କ ୪୮ ରନ୍‌ ସହାୟତାରେ ୯ ୱିକେଟ୍‌ ହରାଇ କରିଥିଲା ୨୯୮ ରନ୍‌ । ଏହାର ଜବାବରେ ଭାରତ ଦୁଇ ଓପନର ରୋହିତ ଶର୍ମା ଓ ଶିଖର ଧର୍ମ ଭଲ ଆରମ୍ଭ କରିଥିଲେ ମଧ୍ୟ ଦଳୀୟ ସ୍କୋର ୪୭ ରନ୍‌ ବଳେ ଶିଖର ଧାୱନ୍‌ ବ୍ୟକ୍ତିଗତ ୩୨ ରନ୍‌ କରି ଆଉଟ୍ ହୋଇଥିଲେ । ଏହା ପରେ ରୋହିତ ୪୩ ରନ୍‌ ଓ ଅମ୍ବାତି ରାଇଡୁ ୨୪ ରନ୍‌ କରି ଆଉଟ ହୋଇଥିଲେ । ହେଲେ ଚତୁର୍ଥ ଉଇକେଟ୍‌ରେ କୋହଲି ଓ ଧୋନୀ ୮୨ ରନ୍‌ ଯୋଗ କରିଥିଲେ । କୋହଲି କ୍ୟାରିଅରର ୩୯ ତମ ଶତକ ହାସଲ କରିବା ପରେ ଆଉଟ୍ ହୋଇଥିଲେ । ଧୋନୀ ଓ କାର୍ତ୍ତିକ ଦଳକୁ ୪ ଟି ବଲ୍‌ ପୂର୍ବରୁ ଟାର୍ଗେଟ୍‌ରେ ପହଞ୍ଚାଇ ଦେଇଥିଲେ । ଧୋନୀ ଅପରାଜିତ ୫୫ ଓ କାର୍ତ୍ତିକ ଅପରାଜିତ ୨୫ ରନ୍‌ କରିଥିଲେ । ଏହି ବିଜୟ ସହ ୩ ଟିକିଆ ୱାନ୍‌ଡେ ସିରିଜ୍‌ ୧-୧ ସ୍ଥିତିରେ ରହିଛି । ବିରାଟ ମ୍ୟାନ୍‌ ଅଫ ଦି ମ୍ୟାଚ୍‌ ହୋଇଛନ୍ତି । ଶେଷ ଦିନିକିଆ ଆସନ୍ତା ଶୁକ୍ରବାର ମଲବୋର୍ଣ୍ଣରେ ଖେଳାଯିବ ।