ସେପ୍ଟେମ୍ବର ୧ରୁ ରାଜ୍ୟରେ “ୱାନ ନେସନ ୱାନ ରାସନ କାର୍ଡ଼” ଲାଗୁ

ଭୁବନେଶ୍ୱର:ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଗତ ଥିବା ହିତାଧିକାରୀଙ୍କ ପାଇଁ ଖୁସି ଖବର । “ୱାନ ନେସନ ୱାନ ରାସନ କାର୍ଡ଼”  ବ୍ୟବସ୍ଥା ଅନୁସାରେ ସମସ୍ତ ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କ ପାଇଁ ମଧ୍ୟ ଏହି ବ୍ୟବସ୍ଥା ଲାଗୁ କରାଯିବ । ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସୂଚନା ଦେଇଛନ୍ତି । 

କେନ୍ଦ୍ର ସରକାରଙ୍କ ପକ୍ଷରୁ “ୱାନ ନେସନ ୱାନ ରାସନ କାର୍ଡ଼” ବ୍ୟବସ୍ଥା ଖୁବ ଶୀଘ୍ର ଲାଗୁ କରାଯିବ । ସେହି ବ୍ୟବସ୍ଥା ଅନୁସାରେ ଏଣିକି ଯେକୈାଣସି ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀ ମଧ୍ୟ ଏହାର ଅନ୍ତର୍ଗତ ହେବେ । ଯୋଗ୍ୟ ହିତାଧିକାରୀ ବ୍ୟବସ୍ଥାରେ ଏହି ଯେକୈାଣସି ସ୍ଥାନରୁ ରାସନ ପାଇପାରିବେ । ଏହି ବ୍ୟବସ୍ଥା ସେପ୍ଟେମ୍ବର ୧ରୁ ଭୁବନେଶ୍ୱର ମହାନଗର ନିଗମରୁ ଆରମ୍ଭ କରାଯିବ । ପରବର୍ତ୍ତୀ ସମୟରେ ଏହା ସବୁ ସ୍ଥାନରେ ଲାଗୁ କରାଯିବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସୂଚନା ଦେଇଛନ୍ତି । 

ଗୋଟିଏ ଦେଶ ଗୋଟିଏ ରାସନ କାର୍ଡ । ଦେଶର ଯେ କୌଣସି ସ୍ଥାନରେ ହିତାଧିକାରୀ ସେହି ଗୋଟିଏ କାର୍ଡରୁ ରାସନ ପାଇପାରିବେ । ଆଗକୁ କୌଣସି ଗରିବ ହିତାଧିକାରୀ ରାସନ ପାଇବାରୁ ବଞ୍ଚିତ ହେବେନି । ଯଦି ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଉଥାନ୍ତି, ସେଠାରେ ମଧ୍ୟ ଯେ କୌଣସି ରାସନ ଦୋକାନରୁ ରିହାତି ଚାଉଳ ଆଉ ଗହମ ଉଠାଇ ପାରିବେ ।