ଡିସେମ୍ବର ୧ରୁ ଟ୍ରାଫିକ ନିୟମ ହେବ କଡ଼ାକଡ଼ି

ଭୁବନେଶ୍ୱର : ଡିସେମ୍ବର ୧ରୁ ରାଜ୍ୟରେ ପୁଣି କଡ଼ାକଡ଼ି ହେବ ଟ୍ରାଫିକ ନିୟମ। ଏନେଇ ସୂଚନା ଦେଇଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା।ପୂର୍ବରୁ ଯେଉଁ ପରିମାଣର ଫାଇନ୍‌ ଆଦାୟ ହେଉଥିଲା ଏଥିରେ କୌଣସି କୋହଳ କରା ଯିବନି। ସଂଶୋଧିତ ମୋଟର ଯାନ ଆଇନ୍‌ ୨୦୧୯ ଅନୁଯାୟୀ ଫାଇନ୍‌ ବା ଜରିମାନା ଆଦାୟ କରାଯିବ ବୋଲି ଜଣାପଡ଼ିଛି।

ସେପ୍ଟେମ୍ବର ୧ରୁ ସଂଶୋଧିତ ମୋଟର ଯାନ ଆଇନ୍‌ ୨୦୧୯ ଲାଗୁ ହୋଇଥିଲା। ଏହି ଆଇନ୍‌ର କଡ଼ାକଡ଼ି କାର୍ଯ୍ୟକାରୀ କରାଯିବା ଓ ନିୟମ ଅନୁସାରେ ସବୁ କାଗଜପତ୍ର ଠିକ୍‌ ନ ଥିଲେ ଜରିମାନା ଆଦାୟ ହେବା ପରେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିଲା। ଶେଷରେ ବାଦ ବିବାଦ ପରେ  ୩ ମାସ ପର୍ଯ୍ୟନ୍ତ ନିୟମକୁ କୋହଳ କରିଥିଲେ ରାଜ୍ୟ ସରକାର। ଏହି ସମୟ ଭିତରେ ଗାଡ଼ିର ସବୁ କାଗଜପତ୍ର ପ୍ରସ୍ତୁତ କରିବା ପାଇଁ କୁହାଯାଇଥିଲା।