ପୁଣିଥରେ ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ ଅଭିଯୋଗ

ପୁଣିଥରେ ମାଟ୍ରିକ୍ ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲ ଅଭିଯୋଗ। କେନ୍ଦୁଝରରେ ଆଜି ଗଣିତ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଅଭିଯୋଗ ହୋଇଛି। ପରୀକ୍ଷା ଆରମ୍ଭ ହେବାର କିଛି ସମୟ ପରେ ସୋସିଆଲ ମିଡିଆରେ ଘୁରିବୁଲୁଛି ପ୍ରଶ୍ନପତ୍ର ଓ ଏହାର ଉତ୍ତର। ତେବେ ପରୀକ୍ଷା ଶେଷ ପରେ ଏହାର ସତ୍ୟାସତ୍ୟ ଜଣାପଡ଼ିବ। ଏହି ପ୍ରଶ୍ନପତ୍ର ଚଳିତ ବର୍ଷର ନା ପୂର୍ବ ବର୍ଷର ତାହାର ସତ୍ୟାସତ୍ୟ ଏପର୍ଯ୍ୟନ୍ତ ଜଣାପଡିନାହିଁ।

ପ୍ରକାଶ ଯେ, ପୂର୍ବରୁ କେନ୍ଦୁଝରରେ ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ୍ ଅଭିଯୋଗ ହୋଇଥିଲା। ଯାହାକୁ ନେଇ ଖଣ୍ଡନ କରିଥିଲେ ବୋର୍ଡ କର୍ତ୍ତୃପକ୍ଷ।