ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ପଢ଼ିବେ ସଡ଼କ ସୁରକ୍ଷା ବିଷୟ

ଭୁବନେଶ୍ୱର: ଏଥର ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ପଢ଼ିବେ ସଡ଼କ ସୁରକ୍ଷା ବିଷୟ । ସଡ଼କ ସୁରକ୍ଷା ବିଷୟରେ ସମସ୍ତ ତଥ୍ୟ ଜାଣିବା ପାଇଁ ଦଶମ ଶ୍ରେଣୀର ପାଠ୍ୟକ୍ରମରେ ଏହି ବିଷୟକୁ ସାମିଲ କରାଯିବ । ତେବେ ସଡ଼କ ସୁରକ୍ଷା ବିଷୟରେ କିଭଳି ବିଷୟବସ୍ତୁ ରଖାଯିବ ସେ ନେଇ ଗଣଶିକ୍ଷା ବିଭାଗ ନିଷ୍ପତି ନେବ ବୋଲି ପରିବହନ କମିଶନର ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି ।

ଦିନକୁ ଦିନ ବୃଦ୍ଧି ପାଉଥିବା ସଡ଼କ ଦୁର୍ଘଟଣାକୁ ରୋକିବା ଦିଗରେ ସ୍କୁଲ ପିଲାଙ୍କୁ ସଚେତନ କରିବା ଆବଶ୍ୟକତା ରହିଛି । ତେଣୁ ଦଶମ ପାଠ୍ୟକ୍ରମରେ ସଡ଼କ ସୁରକ୍ଷା ବିଷୟ ସାମିଲ ନେଇ ଆଜି ଏକ ବୈଠକ ବସିଥିଲା । ବୈଠକରେ ଆଲୋଚନା କରିବା ପରେ ଆସନ୍ତା ଶିକ୍ଷାବର୍ଷରୁ ଦଶମ ଶ୍ରେଣୀ ପାଠ୍ୟକ୍ରମରେ ସଡ଼କ ସୁରକ୍ଷା ବିଷୟ ରଖାଯିବା ନେଇ ନିଷ୍ପତି ନିଆଯାଇଛି । ତେବେ ଏହି ସଡ଼କ ସୁରକ୍ଷା ବିଷୟରେ କେମିତି ବିଷୟବସ୍ତୁ ରଖାଯିବ ସେନେଇ ଗଣଶିକ୍ଷା ବିଭାଗ ନିଷ୍ପତି ନେବ । ଏନେଇ ପରିବହନ କମିଶନର ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି । ବୈଠକରେ କମିଶନର ସଞ୍ଜୀବ ପଣ୍ଡା, ଗୃହ ବିଭାଗର ଅଧିକାରୀ, ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧିକାରୀ ଉପସ୍ଥିତ ଥିଲେ ।