ରାଜ୍ୟ ସରକାରଙ୍କୁ ହଜାରେ କୋଟିର ଲାଭାଂଶ ଦେଲା ଓଏମ୍‌ସି

ଭୁବନେଶ୍ୱର: ସରକାରଙ୍କୁ ହଜାରେ କୋଟିର ଲାଭାଂଶ ଦେଲା ଓଡ଼ିଶା ଖଣି ନିଗମ ବା ଓଏମ୍‌ସି । ଇସ୍ପାତ ଓ ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚେକ୍‌ ପ୍ରଦାନ କରିଛନ୍ତି । ୨୦୨୦-୨୧ ଆର୍ଥିକ ବର୍ଷରେ ଏବେ ସୁଦ୍ଧା ଓଏମ୍‌ସି ୫ ହଜାର ୧୬୨କୋଟି ଟଙ୍କାର ରାଜସ୍ୱ ଆଦାୟ କରି ରେକର୍ଡ ସୃଷ୍ଟି କରିଛି । ଯାହା ୨୦୧୯-୨୦ ଆର୍ଥିକ ବର୍ଷ ତୁଳନାରେ ୩୪ ପ୍ରତିଶତ ଅଧିକ । ଆଗାମୀ ୨ରୁ ୩ବର୍ଷ ମଧ୍ୟରେ ରାଜସ୍ୱ ଆଦାୟ ୨ଗୁଣା କରିବାକୁ OMC ଲକ୍ଷ୍ୟ ରଖିଛି ।
ଓଏମ୍‌ସିର ୧୦ଟି ଖଣି କାର୍ଯ୍ୟକ୍ଷମ ରହିଛି । ସେଥି ମଧ୍ୟରୁ ୭ଟି ଲୌହ, ଦୁଇଟି କ୍ରୋମ୍‌, ଗୋଟିଏ ବକ୍ସସାଇଟ୍ ଓର ଖଣି ରହିଛି । ଚଳିତ ବର୍ଷ ଫେବ୍ରୁଆରୀ ମାସରେ ଝିଲିଙ୍ଗ୍‌- ଲଙ୍ଗ୍‌ଲୋଟା ଏବଂ ଗୁଆଲି ନାମକ ଦୁଇଗୋଟି ନୂତନ ଲୈାହ ଖଣିରୁ ଉତ୍ପାଦନ ଆରମ୍ଭ କରିଛି । କୋଭିଡ୍‌ ଯୁଦ୍ଧରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୫୦୦ କୋଟି ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଏହି ଚେକ‌ଟିକୁ ଗ୍ରହଣ କରିଛନ୍ତି ।

omc gave one crore profit to to odisha government