ଓଡ଼ିଶା ଖଣି ନିଗମ ୫ଶହ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଦେଲା

ଭୁବନେଶ୍ୱର: କୋରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଭିନ୍ନ ଭିନ୍ନ ଆଡୁ ସହାୟତାର ହାତ ବଢ଼ିବାରେ ଲାଗିଛି । ଓଡ଼ିଶା ଖଣି ନିଗମ(ଓଡ଼ିଶା ମାଇନିଂ କର୍ପୋରେସନ(ଓଏମସି)) ମଧ୍ୟ ସହାୟତାର ହାତ ବଢ଼ାଇଛି । ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଓଏମସି ୫ଶହ କୋଟି ଟଙ୍କା ସହାୟତା ରାଶି ପ୍ରଦାନ କରିଥିବା ଜଣାପଡିଛି ।

କୋରୋନା ସଂକ୍ରମଣକୁ ରୋକିବା ଓ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ୩ମାସର ଦରମାକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି( କୋଭିଡ-୧୯ ଫଣ୍ଡ) ଦାନ କରିବା ସହ ଅନ୍ୟମାନେ ମଧ୍ୟ ଅନୁରୂପ ସହଯୋଗ କରନ୍ତୁ ବୋଲି ଅପିଲ କରିଥିଲେ।