ଜମ୍ମୁ କାଶ୍ମୀରର ସ୍ଥିତିକୁ ନେଇ ରାଜ୍ୟପାଳଙ୍କୁ ସାକ୍ଷାତ କଲେ ଓମାର ଅବଦ୍ଦୁଲା

ଜମ୍ମୁ: ଜମ୍ମୁ କାଶ୍ମୀରରେ ଗତ କିଛି ଦିନ ହେବ ବିଗୁଡୁଥିବା ସ୍ଥିତିକୁ ଦୃଷ୍ଟିରେ ରଖି ନ୍ୟାସନାଲ କନଫରେନ୍ସର ନେତା ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦ୍ଦୁଲା ରାଜ୍ୟପାଳ ସତ୍ୟପାଳ ମଲ୍ଲିକଙ୍କୁ ସାକ୍ଷାତ କରିଛନ୍ତି । ଏହି ସାକ୍ଷାତକାର ପରେ ଓମାର ଅବଦ୍ଦୁଲା କହିଛନ୍ତି କି, ମୁଁ ଗଭର୍ଣ୍ଣରଙ୍କ ସହ ରାଜ୍ୟର ସ୍ଥିତି ବିଷୟରେ ଚର୍ଚ୍ଚା କରିଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ୩୭୦ ଧାରାକୁ ନେଇ କୋଣସୀ ପ୍ରକାରର ପ୍ରସ୍ତୁତି କରାଯାଇ ନାହିଁ ବୋଲି ସୂଚନା ମିଳିଛି । 

ଏହି ସମୟରେ ଓମାର ଅବଦ୍ଦୁଲା କହିଛନ୍ତି କି, ତେବେ ରାଜ୍ୟରେ ବହୁ ମାତ୍ରାରେ ସୁରକ୍ଷା ବାହିନୀ ନିୟୋଜିତ ହେବା ନାହିଁ କୌଣସୀ ସୂଚନା ମିଳି ନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩୫ଏ ସହିତ କୌଣସୀ ପ୍ରକାରର ହସ୍ତକ୍ଷେପ କରିବେ ନାହିଁ ବୋଲି ପ୍ରତିଶୃତି ଦେଇଛନ୍ତି । ମୋଦୀ ମଧ୍ୟ ଜମ୍ମୁ କାଶ୍ମୀରରେ ନିର୍ବାଚନ ଚାହୁଁଛନ୍ତି । କିନ୍ତୁ ଜମ୍ମୁ କାଶ୍ମୀରର ସୁରକ୍ଷା ବିଷୟରେ ମୁଁ ଜାଣିବାକୁ ଚାହୁଁଛି । ଏହି ବିଷୟରେ ମୁଁ ଅଧିକାରୀମାନଙ୍କୁ ପ୍ରଶ୍ନ କଲେ ସେମାନେ କହୁଛନ୍ତି କିଛି ତ ହେଉଛି କିନ୍ତୁ କଣ ହେଉଛି ସେନେଇ କେହି ସ୍ପଷ୍ଟ କରୁ ନାହାଁନ୍ତି । ତେଣୁ ଅମରନାଥ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଯିବା ଏବଂ ପର୍ଯ୍ୟଟକଙ୍କୁ ଫେରିଯିବାକୁ କୁହାଯିବା ପଛର କାରଣ କେନ୍ଦ୍ର ସରକାର ସୋମବାର ସଂସଦରେ ଉତ୍ତର ରଖିବେ । 

ସେ ପୁଣି କହିଛନ୍ତି କି, ଜମ୍ମୁ କାଶ୍ମୀରରେ ୩୫ଏ ଓ ୩୭୦କୁ ନେଇ ବହୁ ଗୁଜବ ପ୍ରସାର ହେଉଛି । ରାଜ୍ୟରେ ହୋଇଥିବା ଘୋଷଣା ସହ କୌଣସୀ ପ୍ରକାରର ପ୍ରସ୍ତୁତି କରାଯାଇ ନାହିଁ ବୋଲି ରାଜ୍ୟପାଳ ଆଶ୍ୱସନା ଦେଇଛନ୍ତି ।