ଗୋପନରେ ବାହା ହେଲେ ଅଭିନେତ୍ରୀ ଝିଲିକ୍

ଯାଜପୁର: ଗୋପନରେ ବାହା ହେଲେ ଅଭିନେତ୍ରୀ ଝିଲିକ୍ । ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ ଘଡାଇଙ୍କ ପୁଅ ତଥା ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡାଇଙ୍କୁ ବିବାହ କଲେ ଅଭିନେତ୍ରୀ ଝିଲିକ୍। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ପୂର୍ବରୁ ପ୍ରୀତିରଞ୍ଜନ ଓରଫ ଡାନିଙ୍କୁ ବଙ୍ଗୀୟ ସୁନ୍ଦରୀ ତଥା ନାୟିକା ଝିଲିକ୍ ବିବାହ କରିବେ ବୋଲି ଚର୍ଚ୍ଚା ହେଉଥିଲା । ଭାଇରାଲ୍ ଫଟୋ ଓ ଭିଡିଓ ଏହି ଚର୍ଚ୍ଚାକୁ ସତ୍ୟତାରେ ପରିଣତ କରିଛି । କୌଣସି ଗୋପନ ସ୍ଥାନରେ ଏହି ବିବାହ ସମ୍ପନ୍ନ ହୋଇଥିବା ଅନୁମାନ କରାଯାଉଛି । ଏପଟେ ଏନେଇ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।