ପୁଣି ଏକାଠି ଅରିନ୍ଦମ୍‌ – ଏଲିନା !

ପୁଣି ଥରେ ଏକାଠି ହେବାକୁ ଯାଉଛନ୍ତି  ଅରିନ୍ଦମ୍‌ ଏବଂ ଏଲିନା  । ଓଲିଉଡ୍‌ ସୁପରଷ୍ଟାର ଅରିନ୍ଦମ୍‌ ଏବଂ ଅଭିନେତ୍ରୀ ଏଲିନା ସାମନ୍ତରାୟଙ୍କୁ ପୁଣିଥରେ ଆପଣ ଏକାଠି ବଡ ପରଦାରେ ଦେଖିପାରିବେ। ତରଙ୍ଗ ସିନେ ପ୍ରଡକ୍ସନ୍ସ ଏବଂ ରତ୍ନା ବ୍ୟାନର୍ସ ଦ୍ୱାରା ନିର୍ମାଣ ହେବାକୁଥିବା ଆଗାମୀ ଫିଲ୍ମରେ ଏହି ଯୋଡିଙ୍କୁ ଦେଖିବାକୁ ମିଳିବ। ଫିଲ୍ମଟିର ଟାଇଟଲ୍‌ ଏପର୍ଯ୍ୟନ୍ତି ଘୋଷଣା କରାଯାଇନଥିବା ବେଳେ ଫିଲ୍ମଟି ଗଣେଷ ପୂଜାରେ ରିଲିଜ୍‌ ହେବାର ଶୁଣିବାକୁ ମିଳୁଛି। ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳୁଛନ୍ତି ଜ୍ୟୋତି ଦାସ। ସଙ୍ଗୀତ ନିର୍ଦ୍ଦେଶନା ଦେଉଛନ୍ତି ପ୍ରେମ୍ ଆନନ୍ଦ।

‘ଇସ୍କ ତୁହି ତୁ’ ରେ ଏଲିନା ଙ୍କ ବିପକ୍ଷରେ ଥିଲେ ଅରିନ୍ଦମ୍‌।  ଅରିନ୍ଦମ-ଏଲିନାଙ୍କ ଯୋଡିକୁ ଦର୍ଶକେ ବେଶ୍‌ ପସନ୍ଦ କରିଥିଲେ। ସେଥିପାଇଁ ଫିଲ୍ମଟି ସଫଳ ହେଲା ଏବଂ ଆଗକୁ ଭଲ ଭଲ ପ୍ରୋଡେକ୍ଟ ଏଲିନାଙ୍କ ହାତକୁ ଆସିଲା। ନିଜର ଦକ୍ଷତାକୁ ପ୍ରଥମ ଫିଲ୍ମରୁ ଏଲିନା ଦର୍ଶକଙ୍କ ସାମ୍ନାକୁ ଆଣିବାରେ ସଫଳ ହୋଇଥିଲେ। ତେବେ ପ୍ରଥମ ଫିଲ୍ମ ୨୦୧୫ରେ ରିଲିଜ୍‌ ହେବାପରେ ଆଉ ଏକାଠି କାମ କରିନଥିବା ଏହି ଯୋଡି ପୁଣି ଥରେ ଏକ ରୋମାଣ୍ଟିକ୍‌ ଲଭ୍‌ ଷ୍ଟୋରୀ ନେଇ ଆସୁଛନ୍ତି।