ଅଲିଭ୍ ରିଡଲେଙ୍କ ଗଣ ଅଣ୍ଡାଦାନ; ପ୍ରୟାଗୀ ଠାରୁ ବଟେଶ୍ୱର ପର୍ଯ୍ୟନ୍ତ ବେଳାଭୂମିରେ କଟକଣା

ବ୍ରହ୍ମପୁର: ଋଷିକୁଲ୍ୟା ମୁହାଣରେ ଅଲିଭ ରିଡଲେଙ୍କ ଗଣ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ପୁରୁଣାବନ୍ଧ ଠାରୁ ପୋଡ଼ମପେଟା ପର୍ଯ୍ୟନ୍ତ ବେଳାଭୂମିରେ ରାତ୍ର ୩ଟା ୧୦ ରେ କଇଁଛମାନେ ଆସି ଅଣ୍ଡା ଦେଇଛନ୍ତି। ସମୁଦାୟ ୨୦୩୪ଟି କଇଁଛ ଅଣ୍ଡା ଦେବା ପରେ ବ୍ରହ୍ମପୁର ବନ ବିଭାଗ ତତ୍ପର ହୋଇପଡ଼ିଛି। ବେଳାଭୂମିରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି।

ତେବେ କୋରୋନା ଭୂତାଣୁ ସଂକ୍ରମଣର ଭୟାବହତା ଲାଗି ରହିଥିବାରୁ ଅଲିଭ୍‌ରିଡ଼‌ଲେଙ୍କ ଗଣ ଅଣ୍ଡଦାନ ଦେଖିବାକୁ କୌଣସି ବ୍ୟକ୍ତି ଓ ପର୍ଯ୍ୟଟକ ବେଳାଭୂମିକୁ ଯାଇପାରିବେ ନାହିଁ। ପ୍ରୟାଗୀ ଠାରୁ ବଟେଶ୍ୱର ପର୍ଯ୍ୟନ୍ତ ବେଳାଭୂମିରେ ବନବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି କଟକଣା ଜାରି କରାଯାଇଛି। ଗତବର୍ଷ ଅନିୟମିତ ବର୍ଷା ସାଙ୍ଗକୁ ପ୍ରତିକୂଳ ପାଗ ଯୋଗୁଁ ଗଞ୍ଜାମ ଉପକୂଳରେ ଗଣଅଣ୍ଡାଦାନ ବ୍ୟାହତ ହୋଇଥିଲା।