ଅଲିଭ ରିଡଲେ କଇଁଛଙ୍କୁ ସୁରକ୍ଷା; ମେ ୩୧ ଯାଏ ମାଛଧରା ବନ୍ଦ

ଭୁବନେଶ୍ଵର:ସମୁଦ୍ର କୂଳରେ କଇଁଛଙ୍କ ଅଣ୍ଡାଦାନ ସମୟ ପାଖେଇ ଆସିଲାଣି। ଅଲିଭ ରିଡଲେ କଇଁଛଙ୍କୁ କେମିତି ସୁରକ୍ଷା ଯୋଗାଇ ଦିଆଯିବ ସେ ନେଇ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗୁରୁବାର ବୈଠକ ଅନୁଷ୍ଠିତ ହୋଇ ଯାଇଛି। ୨୦୨୦ ମେ ୩୧ ଯାଏ ୩ଟି ସ୍ଥାନରେ ମାଛଧରା ନିଷେଧ କରାଯାଇଛି। 

ଅଲିଭ ରିଡ୍‌ଲେ କଇଁଛଙ୍କ ସୁରକ୍ଷା ପାଇଁ ୬୬ଟି ଶିବିର ଖୋଲିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ୨୦୨୦ ମେ ୩୧ ଯାଏ ୩ଟି ସ୍ଥାନରେ ମାଛଧରା ନିଷେଧ। ଗହୀରମଥା, ରୁଷିକୂଲ୍ୟା ଓ ଦେବୀ ମୁହାଣରେ ମାଛଧରା ବନ୍ଦ ରହିବ। ଉପକୂଳରୁ ୧୨୦ କିମି ଯାଏ ସମୁଦ୍ରରେ ମାଛଧରା ଉପରେ କଟକଣା ଲଗାଯାଇଛି। ମାଛଧରା ବନ୍ଦ ହେଉଥିବାରୁ ମତ୍ସ୍ୟଜୀବୀଙ୍କ ପରିବାରକୁ ୭ ମାସ ଯାଏ ମାସିକ ୭  ହଜାର ୫୦୦ ଟଙ୍କା ଦିଆଯିବ ବୋଲି ବୈଠକ ପରେ ବନ୍ୟପ୍ରାଣୀ ପିସିସିଏଫ ହରିଶଙ୍କର ଉପାଧ୍ୟାୟଙ୍କ ସୂଚନା ଦେଇଛନ୍ତି।