ମୋବାଇଲ ବ୍ୟାଟେରୀରେ ଖେଳିଲା ବେଳେ ବିଷ୍ପୋରଣ, ବାଳକ ଗୁରୁତର

ଭୁବନେଶ୍ୱର : ଆପଣଙ୍କ ପିଲା ଖରାପ ମୋବାଇଲ ବ୍ୟାଟେରୀରେ ଖେଳୁଛି କି ? ଫାଟି ପାରେ ମୋବାଇଲ ବ୍ୟାଟେରୀ । ଯାଇପାରେ ଆପଣଙ୍କ ପିଲାଙ୍କ ଜୀବନ । ଏମିତି ଏକ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳରେ । ଖରାପ ମୋବାଇଲ ବ୍ୟାଟେରୀରେ ଖେଲୁଥିବାବେଳେ ମୋବାଇଲ ବ୍ୟାଟେରୀ ବିଷ୍ପୋରଣ ହୋଇ ଜଣେ ବାଳକ ଗୁରୁତ୍ୱର ହୋଇଛି ।

ମିଳିଥିବା ସୂଚନା ଅନୁସାରେ ବାଲିସୁଗା ଗାଁର ୮ ବର୍ଷର ଶିଶୁ ଦଲସା ମଲ୍ଲିକଙ୍କ ପୁଅ ସଞ୍ଜୟ ମଲ୍ଲିକ ଆଜି ଅପରାହ୍ନ ୩ଟାରେ ଘରେ ପଡ଼ିଥିବା ମୋବାଇଲ ବ୍ୟାଟେରୀ ଖେଳୁଥିଲା। ପୋଡ଼ା ବ୍ୟାଟେରୀ ବିସ୍ଫୋରଣ ହେବାରୁ ୪ର୍ଥ ଶ୍ରେଣୀ ଛାତ୍ର ସଞ୍ଜୟ ଗୁରୁତର ଆହତ ହୋଇଥିଲା।

ଗୁରୁତର ଆହତ ସଞ୍ଜୟ ୪ଟି ଆଙ୍ଗୁଠି ହରାଇବା ପରେ ଫୁଲବାଣୀ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସଞ୍ଜୟର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ମେଡିକାଲ ଡାକ୍ତର ବ୍ରହ୍ମପୁରସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଛନ୍ତି।