ସ୍ପଷ୍ଟ କଲା ରିଜର୍ଭ ବ୍ୟାଙ୍କ୍‌ : ପୁରୁଣା ୫, ୧୦ ଓ ୧୦୦ ଟଙ୍କିଆ ନୋଟ୍ ଅଚଳ ହେବା ଖବର ଗୁଜବ

ନୂଆଦିଲ୍ଲୀ: ପୁରୁଣା ୫, ୧୦ ଓ ୧୦୦ ଟଙ୍କାର ନୋଟ୍‌କୁ ବଜାରରୁ ପ୍ରତ୍ୟାହାର କରିବାକୁ ଆର୍‌ବିଆଇ ଚିନ୍ତା କରୁଥିବା ଜଣାପଡ଼ିଛି ବୋଲି ନିକଟରେ ଗଣମାଧ୍ୟମରେ ଏକ ଖବର ପ୍ରକାଶ ପାଇଥିଲା। ମାତ୍ର ଏହି ଖବରକୁ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ (ଆର୍‌ବିଆଇ) ଗୁଜବ‌ ଅଟେ ବୋଲି ଏକ ଟ୍ବିଟ୍‌ କରି ସୂଚନା ଦେଇଛି।

ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ଟ୍ବିଟ୍‌ କରି ଲେଖିଛି ଯେ ‘ନିକଟ ଭବିଷ୍ୟତରେ ପୁରୁଣା ୫, ୧୦ ଓ ୧୦୦ ଟଙ୍କିଆ ନୋଟ୍‌ ଅଚଳ ହୋଇଯିବ ବୋଲି ବିଭିନ୍ନ ଗଣମାଧ୍ୟମ ସଂସ୍ଥାରେ ଖବର ପ୍ରକାଶ ପାଇଥିଲା। ଆମେ ନିଶ୍ଚିତ କରୁଛୁ ଯେ ଏହି ଖବର ଏକ ଗୁଜବ‌ ।’

old hundred ten & five rupees notes go out of circulation news fake conforms rbi