ରାଜ୍ୟର ସବୁ ଜିଲ୍ଲାରେ ୨୦୦ ଶଯ୍ୟା ବିଶିଷ୍ଟ ଜରାଶ୍ରମ ପ୍ରତିଷ୍ଠା ହେବ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ରାଜ୍ୟର ସବୁ ଜିଲ୍ଲାରେ ୨୦୦ ଶଯ୍ୟା ବିଶିଷ୍ଟ ଜରାଶ୍ରମ ପ୍ରତିଷ୍ଠା ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏହାସହ ବିଭିନ୍ନ ଯୋଜନା ମାଧ୍ୟମରେ ରାଜ୍ୟର ୨୭ ଲକ୍ଷ ବରିଷ୍ଠ ନାଗରିକମାନଙ୍କୁ ସାମିଲ କରାଯିବ ବୋଲି ସେ କହିଛନ୍ତି ।
ମଙ୍ଗଳବାର ଭୁବନେଶ୍ୱରସ୍ଥିତ ରବୀନ୍ଦ୍ରମଣ୍ଡପଠାରେ ଅନୁଷ୍ଠିତ ଓଡ଼ିଶା ବରିଷ୍ଠ ନାଗରିକ ମହାସଂଘର ଅଷ୍ଟମ ବାର୍ଷିକ ଅଧିବେଶନକୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ବରିଷ୍ଠ ନାଗରିକ ହେଉଛନ୍ତି ସମାଜର ମେରୁଦଣ୍ଡ ସଦୃଶ । ସମାଜରେ ସଂସ୍କାର ଓ ଦ୍ରୁତ ଉନ୍ନତି ଲାଗି ଏମାନଙ୍କ ପରାମର୍ଶ ଗୁରୁତ୍ୱପୂର୍ଣ୍ଣ । ଯୁବପିଢ଼ି ସର୍ବଦା ବରିଷ୍ଠ ନାଗରିକଙ୍କୁ ସମ୍ମାନ କରିବା ସହିତ ସେମାନଙ୍କ ପାଖରେ ଥିବା

ଜୀବନର ବ୍ୟାପକ ଅଭିଜ୍ଞତାକୁ ନିଜ ଜୀବନରେ ବ୍ୟବହାର କରିବା ଉଚିତ ।
ଏହାଦ୍ୱାରା ସମାଜର ବିକାଶ ତ୍ୱରାନ୍ୱିତ ହୋଇପାରିବ । ରାଜ୍ୟ ସରକାର ୨୦୧୬ ମସିହାରୁ ବରିଷ୍ଠ ନାଗରିକ ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନାରେ ପର୍ଯ୍ୟାୟକ୍ରମେ ପ୍ରତି ଜିଲ୍ଲାରେ ଦୁଇ ଶହ ଶଯ୍ୟା ବିଶିଷ୍ଟ ବୃଦ୍ଧାଶ୍ରମ ନିର୍ମାଣ ହେବ । ଏହା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବରିଷ୍ଠ ନାଗରିକଙ୍କ ଚିକିତ୍ସା ଲାଗି ସବ୍ସେ ତୀର୍ଥ କରିବାର ସ୍ୱପ୍ନ ସବୁ ବରିଷ୍ଠ ନାଗରିକଙ୍କର ଥାଏ । କିନ୍ତୁ ଅଭାବ ଅନାଟନ କାରଣରୁ ଯେଉଁମାନେ ପ୍ରଭୁକୃପା ଲାଭ କରିବାରୁ ବଞ୍ଚିତ ହେଉଛନ୍ତି ସେମାନଙ୍କ ଲାଗି ୨୦୧୬ଠାରୁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା କରାଯାଇଛି । ଯାହାଦ୍ୱାରା ପ୍ରତି ବର୍ଷ ବହୁ ବୃଦ୍ଧବୃଦ୍ଧା ବିଭିନ୍ନ ସ୍ଥାନ ପରିଦର୍ଶନକୁ ଯାଇପାରୁଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ସବୁ ବରିଷ୍ଠ ନାଗରିକଙ୍କର ଦୀର୍ଘାୟୁ କାମନା କରିଥିଲେ । କାର୍ଯ୍ୟକ୍ରମରେ ସାମାଜିକ ନ୍ୟାୟ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ମେୟର ଅନନ୍ତ ନାରାୟଣ ଜେନା, ସାମାଜିକ ନ୍ୟାୟ ବିଭାଗ ପ୍ରମୁଖ ଶାସନ ସଚିବ ନିତୀନ ଚନ୍ଦ୍ରା, ପୁଲିସ କମିଶନର ସତ୍ୟଜିତ୍ ମହାନ୍ତି, ସର୍ବ ଭାରତୀୟ ବରିଷ୍ଠ ନାଗରିକ ମହାସଂଘ ସଭାପତି ଡିଏନ୍ ଚାପକେ, ସାଧାରଣ ସମ୍ପାଦକ ଡ. ପ୍ରସନ୍ନ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

ଭୁବନେଶ୍ୱରରେ ସିଡିଏମଓ ସମ୍ମଳନୀ : ସ୍ବାସ୍ଥ୍ୟ ସେବାରେ ଅବହେଳା ଗ୍ରହଣୀୟ ନୁହେଁ- ସ୍ବାସ୍ଥ୍ୟ ସଚିବ