ଟ୍ୱିନ ସିଟିରେ ଜରୁରୀକାଳୀନ ସେବା ଯୋଗାଇବ “ଓଲା”

ଭୁବନେଶ୍ୱର: ଆଜିଠାରୁ ଟ୍ୱିନ ସିଟିରେ ଜରୁରୀକାଳୀନ ସେବା ଯୋଗାଇବ “ଓଲା” କ୍ୟାବ । ଜରୁରୀକାଳୀନ ସେବା ଯୋଗାଇବା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ଓଲାକୁ ପାସ୍ ମିଳିଛି ।  ଭୁବନେଶ୍ୱର ଓ କଟକ ପାଇଁ ୧୦୦ଟି ଓଲା କାରକୁ ପାସ୍ ଦିଆହୋଇଛି।

କେବଳ ମେଡିକାଲ ଏମର୍ଜେନ୍ସି ଲୋକଙ୍କୁ ନେଇପାରିବେ। ସାମାଜିକ ଦୂରତ୍ୱ ନିୟମ ମାନି କାରରେ କେବଳ ୨ ଜଣ ଯାତ୍ରୀ ପରିବହନ କରିପାରିବେ। ଭୁବନେଶ୍ୱର ଡିସିପିଙ୍କ ଅଫିସ୍‌ ଏହି ସ୍ୱତନ୍ତ୍ର ଏମର୍ଜେନ୍ସି ଓଲା ପାସ୍ ଦିଆହୋଇଛି।

ଲକ୍‌ଡାଉନ୍‌ ଯୋଗୁଁ ଜରୁରୀ ସ୍ଥାନକୁ ଯିବା ଲୋକମାନଙ୍କ ପାଇଁ କଷ୍ଟକର ହୋଇପଡ଼ିଛି। ଏଭଳି ପରିସ୍ଥିତିରେ ଉଭୟ ସହରରେ ଓଲା କ୍ୟାବ୍ସ ସେବା ରୋଗୀ ଓ ଲୋକଙ୍କୁ ସୁବିଧା ଯୋଗାଇଦେବ।