ନଭେମ୍ବର ୩ରୁ ଓଜେଏସ ମେନ ପରୀକ୍ଷା

କଟକ: ଓଡିଶା ଜୁଡିସିଆଲ୍ ସର୍ଭିସେସ୍ (OJS) ର ମୁଖ୍ୟ ଲିଖିତ ପରୀକ୍ଷା ନଭେମ୍ବର ୩ ରୁ ଆରମ୍ଭ ହେବ ବୋଲି ସୂଚନା ମିଳିଛି ।ସୋମବାର ଓଡିଶା ଜନସେବା ଆୟୋଗ (ଓପିଏସି) ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ ନଭେମ୍ବର ୬ ରେ ଲିଖିତ ପରୀକ୍ଷା ଶେଷ ହେବ।

ପରବର୍ତ୍ତୀ ସମୟରେ ସବିଶେଷ କାର୍ଯ୍ୟସୂଚୀ ଏବଂ ପରୀକ୍ଷା କେନ୍ଦ୍ର ଘୋଷଣା କରାଯିବ ବୋଲି ଦର୍ଶାଇ କମିଶନ ପ୍ରାର୍ଥୀମାନଙ୍କୁ ଏହାର ସରକାରୀ ୱେବସାଇଟ୍ www.opsc.gov.in ନିୟମିତ ବ୍ୟବଧାନରେ ବ୍ରାଉଜ୍ କରିବାକୁ ପରାମର୍ଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଅକ୍ଟୋବର ୬ ରୁ ୯ ପର୍ଯ୍ୟନ୍ତ ଓଜେଏସ ମେନ ଲିଖିତ ପରୀକ୍ଷା ପାଇଁ କମିଶନ ପୂର୍ବରୁ କାର୍ଯ୍ୟସୂଚୀ ଘୋଷଣା କରିଥିଲେ । କିନ୍ତୁ ରାଜ୍ୟରେ ଚାଲିଥିବା କୋଭିଡ ମହାମାରୀକୁ ଧ୍ୟାନରେ ରଖି ଏହାକୁ ସଂଶୋଧନ କରାଯାଇଛି।