ସ୍ୱତନ୍ତ୍ର ଓଜେଇ ଅନ୍‌ଲାଇନ୍ ଆବେଦନ

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। କରୋନା ମହାମାରୀ ଦୃଷ୍ଟିରେ ରଖି ବି.ଟେକ୍ ପାଠ୍ୟକ୍ରମ ପାଇଁ ଅନୁଷ୍ଠିତ ହେବାକୁ ଥିବା ସ୍ୱତନ୍ତ୍ର ଓଜେଇ ଅନ୍‌ଲାଇନ୍ ଆବଦେନ ତାରିଖ ଘୁଞ୍ଚାଇ ଦିଆଯାଇଛି। ଏଣିକି ଛାତ୍ରଛାତ୍ରୀମାନେ କରୋନା ପାଇଁ ଜୁନ୍ ୩୦ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ସେହିପରି ଛାତ୍ରଛାତ୍ରୀମାନେ ଜୁଲାଇ ୫ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ରେ ଆବେଦନ ଫି ଦାଖଲ କରିପାରିବେ। ସ୍ୱତନ୍ତ୍ର ଓଜେଇ ପରୀକ୍ଷା ତାରିଖ କାର୍ଯ୍ୟସୂଚୀ, ଆଡ୍‌ମିଟ୍ କାର୍ଡ ଡାଉନ୍‌ଲୋଡ୍ ଇତ୍ୟାଦି ଜୁନ୍ ୩୦ ପରେ ସ୍ଥିତିକୁ ଦେଖି ଘୋଷଣା କରାଯିବ ବୋଲି ଓଜେଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ ସୂଚନା ଦେଇଛନ୍ତି।