ଭୁବନେଶ୍ୱର: ବିଟେକ୍ ଆଡମିଶନ ପାଇଁ ସ୍ୱତନ୍ତ୍ର ଓଜେଇଇ (ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା) ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଛି । ସ୍ୱତନ୍ତ୍ର ପ୍ରବେଶିକା ପରୀକ୍ଷା ପାଇଁ ଆଜିଠାରୁ ଅନ୍ଲାଇନ୍ ଆବେଦନ ଆରମ୍ଭ ହୋଇଯାଇଛି । ମେ’ ୩୧ ଯାଏଁ ଆବେଦନ କରିବାକୁ ବିଜ୍ଞପ୍ତିରେ କୁହାଯାଇଛି । ଏଥି ପାଇଁ ଜୁନ୍ ୫ ଯାଏଁ ଫି’ ଦାଖଲ କରବାକୁ ପଡ଼ିବ । ଜୁନ୍ ୧୭ ପରେ ସ୍ଥିତି ଦେଖି ଆଡମିଟ୍ କାର୍ଟ ଓ ପରୀକ୍ଷା ଦିନ ଧାର୍ଯ୍ୟ ହେବ । ସୂଚନାଯୋଗ୍ୟ, ଚଳିତ ବର୍ଷ ରାଜ୍ୟରେ ଦ୍ୱିତୀୟ ଓଜେଇଇ ହେବ ନାହିଁ । ଓଜେଇଇରେ ହିଁ ସବୁ ପ୍ରକାର ପ୍ରବେଶିକା ପରୀକ୍ଷା କରାଯିବ ।