ସେପ୍ଟେମ୍ୱର ୯ରୁ ୧୫ ଯାଏଁ ହେବ ଓଜେଇଇ ପରୀକ୍ଷା

ଭୁବନେଶ୍ୱର: ଆସିଲା ଓଜେଇଇ ପରୀକ୍ଷା ତାରିଖ । ସେପ୍ଟେମ୍ବର ୯ରୁ ୧୫ ତାରିଖ ଯାଏଁ ଓଜେଇଇ ପରୀକ୍ଷା ଅନୁଷ୍ଠିତ ହେବ । ପ୍ରଥମ ଥର ପାଇଁ କଂପୁଟର ଆଧାରରେ ହେବ ପରୀକ୍ଷା । ଓଜେଇଇ ପରୀକ୍ଷା ପାଇଁ ୧୬ ଜିଲ୍ଲାର ପଲିଟେକନିକ ଓ ଆଇଟିଆଇ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛି ବୈଷୟିକ ଓ ତାଲିମ ନିର୍ଦ୍ଦେଶାଳୟ । ପରୀକ୍ଷା କେନ୍ଦ୍ର ଚୟନ ପାଇଁ ଚିଠି କରାଯାଇଛି । ଜେଇଇ ଓ ଟିସିଏସ ଅଧିକାରୀ ବିଭିନ୍ନ କଲେଜ ବୁଲି ପରୀକ୍ଷା କେନ୍ଦ୍ର ଚୟନ କରିବେ ।