ପ୍ରକାଶ ପାଇଲା OJEE ପରୀକ୍ଷା ଫଳ

ପ୍ରକାଶ ପାଇଛି ୨୦୨୪ ଓଡ଼ିଶା ଯୁଗ୍ମ ପ୍ରବେଶିକା(OJEE)ପରୀକ୍ଷା ଫଳ। ଚଳିତ ଥର ୫୬ହଜାର ୪୭ଜଣ ପରୀକ୍ଷାର୍ଥୀଙ୍କୁ ରାଙ୍କ କାର୍ଡ ମିଳିଛି। ବି-ଫାର୍ମାରେ ସାଗରିକା ଦାଶ ଟପ୍ପର ହୋଇଥିବା ବେଳେ ଏମ୍‌.ଫାର୍ମାରେ ପଦ୍ମାଳୟା ମିଶ୍ର ଟପ୍ପର ହୋଇଛନ୍ତି। ଏଲ୍‌ଇ. ଟେକ୍‌(ଡିପ୍ଲୋମା)ରେ ବିଲଟୁ ମଣ୍ଡଳ ଟପ୍ପର, ଏମବିଏରେ ସୂର୍ଯ୍ୟକାନ୍ତ ପୃଷ୍ଟି, ସିଭିଲ୍‌ ଇଞ୍ଜିନିୟରିଂରେ ରବୀନ୍ଦ୍ର ସାହୁ ଟପ୍ପର ହୋଇଥିବା ବେଳେ ଏମସିଏ/ଏମ.ଏସସି(କମ୍ପ୍ୟୁଟର ସାଇନ୍ସ)ରେ ବ୍ରହ୍ମାନନ୍ଦ ମହାରଣା ଟପ୍ପର ହୋଇଛନ୍ତି। ଚଳିତ ବର୍ଷ ମେ ୬ରୁ ୧୦ ମଧ୍ୟରେ ୧୧ଟି ବିଭାଗରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା।