ଭୁବନେଶ୍ୱର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରି ଦେଶକୁ ଲକ୍ ଡାଉନ୍ ଅବଧିକୁ ମେ’ ୩ ଯାଏଁ ବୃଦ୍ଧି କରାଇବା ପରେ ଓଜେଇ(ଓଡ଼ିଶା ଯୁଗ୍ମ ପ୍ରବେଶିକା) ପରୀକ୍ଷାକୁ ଘୁଂଚାଇ ଦିଆଯାଇଛି । ଯାହା ମେ’ ପ୍ରଥମ ସପ୍ତାହରେ ହେବାର ଥିଲା ।
ତେବେ ପରୀକ୍ଷା କେବେ ହେବ ସେ ନେଇ ଜଣାପଡ଼ିନଥିବା ବେଳେ ପରୀକ୍ଷାର୍ଥୀଙ୍କୁ ଏ ବାବଦରେ ପରେ ସୂଚନା ମାଧ୍ୟମରେ ଜଣାଇ ଦିଆଯିବ ବୋଲି ଓଜେଇଇ କର୍ତୃପକ୍ଷ କହିଛନ୍ତି ।
ସୂଚନା ଥାଉ କି ଇଂଜିନିୟରିଂ(ବି.ଟେକ,ଏମ.ଟେକ), ବି.ଫାର୍ମା, ଏମ.ଫାର୍ମା, ଏମବିଏ, ଏମସିଏ,ଏମ.ଆର୍କିଟେକଚର, ଇନଟିଗ୍ରେଟେଡ଼ ଏମବିଏ ପାଇଁ ପରୀକ୍ଷା ହୋଇଥାନ୍ତା । ରାଜ୍ୟରେ ଥିବା ସରକାରୀ ଓ ଘରୋଇ କଲେଜ ମାନଙ୍କରେ ସିଟ ପୂରଣ ପାଇଁ ପରୀକ୍ଷା ହେବାକୁ ଥିବାବେଳେ ଲକଡାଉନ ଅବଧିକୁ ନଜରରେ ରଖି ଓଜେଇଇ ପରୀକ୍ଷାକୁ ଘୁଂଚାଇ ଦିଆଯାଇଛି।ଏହି ପରୀକ୍ଷା ଦେବାକୁ ରାଜ୍ୟର ହଜାର ହଜାର ପିଲା ଆବେଦନ କରିଛନ୍ତି।