ଓଜେଇଇ ୨୦୨୦: ପ୍ରକାଶ ପାଇଲା ପରୀକ୍ଷା ସୂଚୀ

ଭୁବନେଶ୍ୱର: ଅକ୍ଟୋବର ୧୨ରୁ ୧୯ ଯାଏଁ ରାଜ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ଓଜେଇଇ ପରୀକ୍ଷା। ଏନେଇ ଓଜେଇଇ ପକ୍ଷରୁ ଗୁରୁବାର ଦିନ ପରୀକ୍ଷା ସୂଚୀ ଜାରି କରାଯାଇଛି । ତଦନୁଯାୟୀ ଚଳିତ ଥର ୩ଟି ସିଫ୍ଟରେ ପରୀକ୍ଷା ଅନୁଷ୍ଠିତ ହେବ ।

କମ୍ପ୍ୟୁଟର ବେସଡ୍ ପରୀକ୍ଷା ହେବାକୁ ଥିବା ବେଳେ ପ୍ରାୟ ୨ ଘଣ୍ଟା ଧରି ପରୀକ୍ଷା କରାଯିବ । ସକାଳ ପ୍ରାୟ ୯ରୁ ୧୧, ମଧ୍ୟାହ୍ନ ୧୨ଟା ୩୦ମିରୁ ୨ଟା ୩୦ମି. ଏବଂ ଅପରାହ୍ନ ୪ଟାରୁ ୬ଟା ଯାଏଁ ପରୀକ୍ଷା ହେବ ।

ଆହୁରି ମଧ୍ୟ ରବିବାର ଦିନ କୌଣସି ପରୀକ୍ଷା ହେବ ନାହିଁ । ଏହି ପରୀକ୍ଷା ଲାଗି ଆଡମିଟ୍ କାର୍ଡ ଅକ୍ଟୋବର ୫ ତାରିଖରେ ବାହାରିବ । ପରୀକ୍ଷାର୍ଥୀ ମାନେ ସେମାନଙ୍କର ଆଡମିଟ୍ କାର୍ଡ ଓଜେଇଇ ୱେବସାଇଟ୍ www.ojee.nic.in ରୁ ଡାଉନଲୋଡ କରିପାରିବେ ।