ଆଜି ଠାରୁ ଓଜେଇଇ ଆବେଦନ

ଭୁବନେଶ୍ବର: ଆଜି ଠାରୁ ଛାତ୍ରଛାତ୍ରୀ ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଦେବା ପାଇଁ ଅନଲାଇନରେ ଆବେଦନ କରିପାରିବେ । ମାର୍ଚ୍ଚ ୨୦ ପର‌୍ୟ୍ୟନ୍ତ ଛାତ୍ରଛାତ୍ରୀ ଏହି ଆବେଦନ କରିପାରିବେ ।

ତେବେ ଏପ୍ରିଲ ୨୦ରୁ ଏନେଇ ଛାତ୍ରଛାତ୍ରଙ୍କୁ ଆଡମିଟ କାର୍ଡ ମିଳିବ । ଆସନ୍ତା ମେ ମାସ ପ୍ରଥମ ସପ୍ତାହରେ ଓଜେଇଇ ପରୀକ୍ଷା ଅନୁଷ୍ଠିତ ହେବ । ଚଳିତ ବର୍ଷ ଓଜେଇଇର ସମସ୍ତ ବିଭାଗର ପରୀକ୍ଷା ଅନଲାଇନରେ କରାଯିବ । ଓଜେଇଇରେ ର‌୍ୟାଙ୍କ ହାସଲ ପରେ ଏମ ଫାର୍ମ, ଏମବିଏ, ଏମସିଏ, ଏମ ଟେକ, ଏପରି ଭାବରେ ଅନେକ ପାଠ୍ୟକ୍ରମ ଛାତ୍ରଛାତ୍ରୀ ପଢିପାରିବେ ।