କଳାହାଣ୍ଡି: ଭିଜିଲାନ୍ସ ଜାଲରେ ଜିଲ୍ଲା ଯୋଗାଣ ଅଧିକାରୀ ଶିବ ପ୍ରସାଦ ଦୌରା । ଗାଡିରୁ ଜବତ୍ ହେଲା ନଗଦ ୧ ଲକ୍ଷ ୧୦ ହଜାର ଟଙ୍କା । ଗାଡିରେ ଥିବା ଟଙ୍କା କାହାର ବୋଲି ପ୍ରଶ୍ନ କରାଯିବାରୁ ଯୋଗାଣ ଅଧିକାରୀଙ୍କ ପାଖରେ ଉତର ନଥିଲା । ତେବେ ତାଙ୍କୁ ଭିଜଲାନ୍ସ ଅଫିସରେ ଅଟକ ରଖାଯାଇ ଜେରା କରାଯାଉଛି ।
ମିଳିଥିବା ସୂଚନା ମୁତାବକ, ଗତକାଲି ଯୋଗାଣ ଅଧିକାରୀ ଶିବ ପ୍ରସାଦ ମିଲର୍ସମାନଙ୍କଠାରୁ ୧ ଲକ୍ଷ ୧୦ ହଜାର ଟଙ୍କା ନେଇ ହିଲ୍ ଟାଉନସ୍ଥିତ ନିଜ ଭଡ଼ା ଘରକୁ ଫେରୁଥିଲେ। ଗାଡ଼ିରେ ଶିବ ପ୍ରସାଦ ଟଙ୍କା ନେଇ ଆସୁଥିବା ଭିଜିଲାନ୍ସ ବିଭାଗ କୌଣସି ସୂତ୍ରରୁ ଖବର ପାଇଥିଲା। ହିଲ୍ ଟାଉନ ନିକଟରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କ ଗାଡିକୁ ଅଟକାଇ ଯାଂଚ କରି ୧ ଲକ୍ଷ ୧୦ ହଜାର ଟଙ୍କା ଜବତ କରିଥିଲେ । ଏହାସହ ଭିଜିଲାନ୍ସ ବିଭାଗ ପକ୍ଷରୁ ଶିବ ପ୍ରସାଦଙ୍କ ନବରଙ୍ଗପୁରସ୍ଥିତ ପୈତୃକ ଘର ସମେତ ବିଭିନ୍ନ ସ୍ଥାନରେ ମଧ୍ୟ ଚଢ଼ଉ କରାଯାଇଥିଲା।