ଅର୍ଦ୍ଧନିମିତ ପାଇଖାନା ଟାଙ୍କିରୁ ମିଳିଲା ଶିଶୁକନ୍ୟାଙ୍କ ମୃତଦେହ

ମାଲକାନଗିରି: ମାଲକାନଗିରି ସହରର ଲାଠିଆଗୁଡ଼ାଠାରେ ଆଜି ଏକ ଅର୍ଦ୍ଧନିମିତ ପାଇଖାନା ଟାଙ୍କିରୁ ଜଣେ ଶିଶୁକନ୍ୟାର ମୃତଦେହକୁ ଉଦ୍ଧାର କରାଯାଇଛି । ମୃତ ଶିଶୁକନ୍ୟାର ବୟସ ୪ବର୍ଷ । କାଲିଠାରୁ ଏହି ଶିଶୁକନ୍ୟା ଜଣଙ୍କ ନିଖୋଜ ଥିବାବେଳେ ଆଜି ସକାଳେ ଅର୍ଦ୍ଧନିମିତ ପାଇଖାନା ଟାଙ୍କିରେ ଭାସୁଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଲେ । ପରିବାର ଲୋକେ ଏହ÷ି ଖବର ପାଇଁ ପୋଲିସକୁ ଜଣାଇଥିଲେ । ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । କାଲି ଶିଶୁକନ୍ୟା ଜଣଙ୍କ ନିଖୋଜ ହେବା ପରେ ପରିବାର ଲୋକେ ଚାଇଲ୍ଡ ଲାଇନର ସହାୟତାରେ ଥାନାରେ ମାମଲା ଦେଇଥିଲେ । ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନ ଥିବାବେଳେ ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ପିଲାଟି ଅସାବଧାନତା କାରଣରୁ ଟାଙ୍କିରେ ପଡି ମୃତ୍ୟୁବରଣ କରୁଥିବା ନେଇ ସାଧାରଣ ଲୋକେ ସନ୍ଦେହ କରୁଛନ୍ତି ।