ରାଜଧାନୀରେ ପ୍ରଥମ କୋରୋନା ରୋଗୀ ଚିହ୍ନଟ

ଭୁବନେଶ୍ୱର: ଓଡ଼ିଶାକୁ ପ୍ରବେଶ କଲା କୋରୋନା । ରାଜଧାନୀ ଭୁବନେଶ୍ୱରରେ ପ୍ରଥମ କୋରୋନା ରୋଗୀ ଚିହ୍ନଟ କରାଯାଇଛି ।

ଜଣେ ଓଡିଆ ଯୁବକ ଇଟାଲୀରେ ରହୁଥିଲେ । ସେ ଦୁଇ ଦିନ ତଳେ ଭୁବନେଶ୍ୱର ଫେରିଥିଲେ । ତାଙ୍କଠାରେ କୋରୋନାର ଲକ୍ଷଣ ଦେଖାଯିବା ଫଳରେ ସେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ରକ୍ତନମୂନା ପରୀକ୍ଷା ପରେ ତାଙ୍କର କୋରୋନା(Covid-19)ପଜିଟିଭ ବାହାରିଥିବା ଜଣାପଡିଛି । ଯୁବକ ଜଣକ ଦିଲ୍ଲୀରୁ ଟ୍ରେନ ଯୋଗେ ଭୁବନେଶ୍ୱର ଆସିଥିବା ସୂଚନା ମିଳିଛି । ତେବେ ଯୁବକ ଜଣଙ୍କ ୩୩ ବର୍ଷୀୟ ହୋଇଥିବାବେଳେ ସେ ଇଟାଲୀରେ ଗବେଶଣା କରୁଥିଲେ । ୯ ଦିନ ତଳେ ଇଟାଲୀରୁ ଫେରିଥିଲେ ।

ଦିଲ୍ଲୀରେ  କ୍ୱାରେଂଟିନ୍ ରେ କିଛିଦିନ ରହିବା ପରେ ୧୨ ତାରିଖରେ ଟ୍ରେନ୍ ଯୋଗେ ଭୁବନେଶ୍ୱର ଫେରିଥିଲେ । ଭୁବନେଶ୍ୱର ଫେରି ସେ ଜଣେ ଘରୋଇ ଡାକ୍ତରଙ୍କ ପରାମର୍ଶ ନେଇଥିଲେ । କିଛି ଦିନ ଔଷଧ ଖାଇବା ସତ୍ୱେ ନକମିବାରୁ ସେ ବାଧ୍ୟ ହୋଇ କ୍ୟାପିଟାଲ ହସ୍ପିଟାଲର ବର୍ହିବିଭାଗରେ ଦେଖାଇଥିଲେ । ପରେ ତାଙ୍କୁ ଅବଜରବେସନରେ ରଖାଯାଇଥିଲା ।