କଂଗ୍ରେସର ବିଜେଡିକୁ ପ୍ରଶ୍ନ ୨୦ ବର୍ଷ ଶାସନରେ ରାଜ୍ୟ ପଛୁଆ କାହିଁକି ?

ଭୁବନେଶ୍ୱର : ଦୀର୍ଘ ୨୦ ବର୍ଷର ନିରନ୍ତର ଶାସନ ବ୍ୟବସ୍ଥାରେ ନବୀନ ବାବୁ ଓଡିଶାର ମୁଖ୍ୟମନ୍ତ୍ରୀ । ବିଭିନ୍ନ ସଭା ସମିତିରେ ଏବଂ ବିଭିନ୍ନ ଅନୁଷ୍ଠାନମାନଙ୍କ ପାଖରୁ ୧ ନମ୍ବର ମୁଖ୍ୟମନ୍ତ୍ରୀର ପୁରସ୍କାର ମଧ୍ୟ ଗ୍ରହଣ କରିଛନ୍ତି । କିନ୍ତୁ ପ୍ରକୃତ ସତ୍ୟ ହେଉଛି କେନ୍ଦ୍ର ସରକାରଙ୍କ ଦ୍ୱାରା ସାରା ଭାରତବର୍ଷରେ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଂଚଳମାନଙ୍କରେ ଏକ ସୁଶାସନ ସୁଚକାଙ୍କ ପାଇଁ କୃଷି ଏବଂ କୃଷି ସମ୍ବନ୍ଧୀୟ କ୍ଷେତ୍ର, ପବ୍ଲିକ ଇନ୍‌ଫ୍ରାଷ୍ଟ୍ରକ୍‌ଚର, ଅଦାଲତ ଓ ସାଧାରଣ ନିରାପତା, ମାନବ ସମ୍ବଳ ବିକାଶ, ସ୍ୱାସ୍ଥ୍ୟ, ବାଣିଜ୍ୟ ଏବଂ ଶିଳ୍ପ, ଅର୍ଥନୀତିର ସୁପରିଚାଳନା, ସାମାଜିକ ନିରାପତା ଏବଂ ଉନ୍ନତି, ପରିବେଶ ଇତ୍ୟାଦି କ୍ଷେତ୍ରରୁ ସମସ୍ତ ତଥ୍ୟ ସଂଗ୍ରହ କରି କେନ୍ଦ୍ର ସରକାର ଏକ ସୁଶାସନ ସୂଚକାଙ୍କ ପ୍ରସ୍ତୁତ କରିଥିଲେ । ଏହି ସୂଚକାଙ୍କ ପ୍ରସ୍ତୁତ କରିବାର ମୂଳ ଲକ୍ଷ୍ୟ କିଭଳି ଭାବରେ ରାଜ୍ୟ ପ୍ରଶାସନ ଓ ରାଜ୍ୟ ସରକାର ଜନସାଧାରଣଙ୍କ ମୌଳିକ ସମସ୍ୟାର ସମାଧାନ କରିବା ଏବଂ ରାଜ୍ୟ ସରକାରଙ୍କର ନୀତି ଏବଂ ନିୟମ ବଳରେ କିଭଳି ରାଜ୍ୟର ବିଭିନ୍ନ କ୍ଷେତ୍ରରେ ସାମଗ୍ରୀକ ବିକାଶ ଘଟିଛି କି ନାହିଁ, ତାର ଏକ ସଂପୂର୍ଣ୍ଣ ଚିତ୍ର ଏହି ସୂଚକାଙ୍କ ପ୍ରକାଶ କରୁଛି । ରାଜ୍ୟ ସରକାର ୫ଟି ର ଡିଣ୍ଡିମ ପିଟୁଛନ୍ତି । ମୁଖ୍ୟମନ୍ତ୍ରୀ ଖୋଦ୍ ସଚିବମାନଙ୍କୁ ବିଭିନ୍ନ ଜିଲ୍ଲା ଗସ୍ତ କରି ସମୀକ୍ଷା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ମନ୍ତ୍ରୀମାନଙ୍କୁ ପ୍ରତି ମାସରେ ରିପୋର୍ଟ ଦେବା ପାଇଁ ତାଗିଦ୍ କରୁଛନ୍ତି କିନ୍ତୁ ଭାରତ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଶୁସାଶନ ସୁଚକାଙ୍କରେ ଓଡ଼ିଶାର ସ୍ଥିତି କିଭଳି ପଛଆଡ଼ୁ ୧ନମ୍ବର ତାହା ଆଜି ଏକ ବଡ଼ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସର ନେତା ତଥା ମିଡ଼ିଆ ବିଭାଗର ପ୍ରାକ୍ତନ ଅଧ୍ୟକ୍ଷ ଶ୍ରୀ ସତ୍ୟପ୍ରକାଶ ନାୟକ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ପ୍ରଶାସନକୁ ସିଧାସଳଖ ପ୍ରଶ୍ନ ପଚାରିଛନ୍ତି ଦୀର୍ଘ ୨୦ ବର୍ଷରେ ଶାସନ ବ୍ୟବସ୍ଥାରେ ରହିଲାପରେ ମଧ୍ୟ ରାଜ୍ୟ ଆଜି ସବୁ କ୍ଷେତ୍ରରେ ପଛୁଆ ଏଭଳିକି ରାଜ୍ୟର ସ୍ଥିତି ସାରା ଭାରତ ବର୍ଷରେ ଅତି ଦୟନିୟ ଅବସ୍ଥାରେ ଅଛି । ଶିକ୍ଷା ଏବଂ ମାନବ ସମ୍ବଳ ବିକାଶରେ ରାଜ୍ୟର ସ୍ଥିତି ବୃହତ ରାଜ୍ୟ ମାନଙ୍କରେ ୧୨ ସ୍ଥାନରେ ଥିଲାବେଳେ ଯଦି ଉତରପୂର୍ବାଚଂଳ ପାହାଡ଼ି ରାଜ୍ୟମାନଙ୍କ ହିସାବ ନିଆଯାଏ ଓଡ଼ିଶାର ସ୍ଥାନ ୧୪ ନମ୍ବରରେ ଅର୍ଥାତ ଏ ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ଏକ ମରୁଡ଼ି ପଡ଼ିଛି ଏବଂ ଲକ୍ଷ ଲକ୍ଷ ଶିକ୍ଷିତ ବେକାର ଯୁବତୀ ବେକାର ହୋଇ ରାଜ ରାସ୍ତାରେ ବୁଲୁଛନ୍ତି । ସ୍ୱାସ୍ଥ୍ୟ କ୍ଷେତ୍ରରେ ଓଡ଼ିଶାର ସ୍ଥାନ ୧୬ ନମ୍ବରରେ ସାରା ଭାରତ ବର୍ଷରେ ବଡ଼ ରାଜ୍ୟମାନଙ୍କ ଭତିରେ କିନ୍ତୁ ଯଦି ଉତରପୂର୍ବାଚଂଳ ଏବଂ ପାହାଡ଼ିଆ ରାଜ୍ୟମାନଙ୍କୁ ଯଦି ନିଆଯାଏ ତାହାହେଲେ ରାଜ୍ୟର ସ୍ଥାନ ୨୫ ନମ୍ବରରେ । ଏଥିରୁ ଏ ରାଜ୍ୟ ସରକାର କିଭଳି ଭାବରେ ଓଡ଼ିଶାର ଜନସାଧାରଣଙ୍କୁ ସାମାନ୍ୟ ସ୍ୱାସ୍ଥ୍ୟ ସେବା ଟିକିଏ ଯୋଗାଇ ଦେଇ ପାରୁନାହାନ୍ତି ତାହା ସ୍ପଷ୍ଟ ଅନୁମେୟ । ଠିକ୍ ସେହିଭଳି ଭାବରେ ସାଧାରଣ ଭିତିଭୂମିରେ ଓଡ଼ିଶାର ସ୍ଥାନ ବଡ଼ ରାଜ୍ୟମାନଙ୍କ ଭିତରେ ୧୮ ନମ୍ବର ଯଦି ଉତରାପୂର୍ବାଚଂଳ ପାହାଡ଼ିଆ ରାଜ୍ୟମାନଙ୍କୁ ହିସାବକୁ ନିଆଯାଏ ରାଜ୍ୟର ସ୍ଥିତି ୨୭ତମ ସ୍ଥାନରେ । ହଜାର ହଜାର କୋଟି ଟଙ୍କା ରାଜ୍ୟ ସରକାର ଭିତିଭୂମି ସୃଷ୍ଟି କରିବା ପାଇଁ ଖର୍ଚ୍ଚ କରିବା ପାଇଁ ଡିଣ୍ଡିମ ପିଟୁଥିବା ବେଳେ ଏ ଅର୍ଥ କେଉଁଠି ଏବଂ କିଭଳି ଭାବରେ ଖର୍ଚ୍ଚ କରାଯାଇଛି ଯାହାର କୌଣସି ତଥ୍ୟ କେନ୍ଦ୍ରସରକାରଙ୍କୁ ମିଳିଲା ନାହିଁ । ଏ ସରକାର ପିସିିର ସରକାର ତେଣୁ ରାଜ୍ୟର କୋଟି କୋଟି ଗରୀବ ଜନସାଧାରଣଙ୍କ ଟିକସ ପଇସାରେ ରାଜନୀତି କରନ୍ତି କିନ୍ତୁ ରାଜ୍ୟର ସାମାନ୍ୟତମ ବିକାଶ ପାଇଁ ଏ ସରକାର କେବେ ଚେଷ୍ଟା କରିନାହାନ୍ତି । କୃଷି କ୍ଷେତ୍ରରେ ଓଡ଼ିଶାର ସ୍ଥାନ ମଧ୍ୟ ଅତି ଚିନ୍ତାଜନକ ଓ ଉଦ୍‌ବେଗ ଜନକ ଓଡ଼ିଶାର ସ୍ଥାନ ସୂଶାସନ ସୂଚଙ୍କାକରେ ୧୪ତମ ସ୍ଥାନରେ ଦୀର୍ଘ ୨୦ବର୍ଷ ଭିତରେ ରାଜ୍ୟ ସରକାର କୃଷି ଏବଂ କୃଷିକ୍ଷେତ୍ର ପ୍ରତି ତାଙ୍କର ବୈମାତୃକ ମନୋଭାବ ପୋଷଣ କରିଚାଲିଛନ୍ତି । ହଜାର ହଜାର କୃଷକ ଆତ୍ମହତ୍ୟା କରୁଥିବା ବେଳେ ନବୀନ ବାବୁଙ୍କର କୃଷିକର୍ମଣ ପୁରସ୍କାର କାହା ଉଦ୍ଦେଶ୍ୟରେ ତାହା ବିଜୁ ଜନତା ଦଳର ନେତୃବର୍ଗ ଏବଂ ନବୀନବ ବାବୁଙ୍କୁ ଭଲଭାବେ ଜଣା । ଆଳୁ ମିଶନ ଫେଲ, ମଣ୍ଡିରେ ଧାନ ପଡ଼ିରହୁଛି, କୃଷକ ହନ୍ତସନ୍ତ ହେଉଛି କିନ୍ତୁ ନବୀନ ବାବୁ ଓଡ଼ିଶାର ୪କୋଟି ୫୦ଲକ୍ଷ ଲୋକଙ୍କୁ କଟାକ୍ଷ କରି ପଚାରୁଛନ୍ତି ଆପଣମାନେ ଖୁସି ତ! ଏ କେଉଁ ଖୁସି, କାହାର ଖୁସି ଓ କିଭଳି ଖୁସି? ନବୀନ ବାବୁ ଏହାର ଉତର ରଖିବା ଉଚିତ । ୫ଟି ସଚିବ ରାତିଅଧରେ ବିଭିନ୍ନ ସରକାରୀ ହସପିଟାଲ ପରିଦର୍ଶନ କରୁଛନ୍ତି, ହେଲିକପ୍ଟରେ ବିଭିନ୍ନ ଜିଲ୍ଲା ଗସ୍ତ କରୁଛନ୍ତି, ଏ ବାବଦରେ ଲକ୍ଷାଧିକ ଟଙ୍କା ରାଜ୍ୟ ତହବିଲ୍‌ରୁ ଖର୍ଚ୍ଚ ହେଉଛି କିନ୍ତୁ ବାସ୍ତବିକ ଚିତ୍ର ସଂପୂର୍ଣ୍ଣ ଭିନ୍ନ । ସାମଗ୍ରିକ ସୂଚକାଙ୍କରେ ଓଡ଼ିଶାର ସ୍ଥାନ ବଡ଼ ରାଜ୍ୟମାନଙ୍କରେ ୧୪ତମ । ଏଣୁ ପ୍ରଦେଶ କଂଗ୍ରେସ ପଶ୍ନପଚାରୁଛି, ମୁଖ୍ୟମନ୍ତ୍ରୀ ଯଦି ୧ନମ୍ବର ରାଜ୍ୟ କିଭଳି ୧୪ ନମ୍ବର ତାର ଉତର ରାଜ୍ୟବାସୀଙ୍କ ସାମନ୍ନାରେ ରଖନ୍ତୁ । ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ନେତା ତଥା ପ୍ରାକ୍ତନ ମୁଖପାତ୍ର ଶ୍ରୀ ରଜନୀ କୁମାର ମହାନ୍ତି, ପଦ୍ମାକର ଗୁରୁ, ନିଶିକାନ୍ତ ମିଶ୍ର, ନରେଶ ମହାନ୍ତି ଏବଂ ଦୀପକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।