ମୋ ଜୀବନ କାର୍ଯ୍ୟକ୍ରମରେ କରୋନାକୁ ରୋକିବାକୁ ଶପଥ ପାଠ ଲାଗି ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ

କରୋନା ରୋକିବା ସଚେତନତା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହୃଦୟକୁ ଛୁଇଁବା ନିବେଦନ

ଭୁବନେଶ୍ବର : ସାରା ରାଜ୍ୟରେ ଲକଡାଉନ ବ୍ୟବସ୍ଥା ଲାଗୁ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତାରେ ଏହାକୁ ପାଳନ କରିବାକୁ ଅପିଲ କରିଛନ୍ତି । ଏହା ସହ ମୋ ମୋ ଜୀବନ କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟବାସୀଙ୍କୁ ଶପଥ ପାଠ କରିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ।  ମୁଖ୍ୟମନ୍ତ୍ରୀ କହିଛନ୍ତି ନିଜ ପାଇଁ ଓ ନିଜ ଭଲ ପାଇଁ ନିଜ ପରିବାର ଭଲ ପାଇଁ ଆମର ଦାୟୀତ୍ବ ହେଉଛି  ଏହି ଭାଇରସକୁ ଆମ ଘରେ ପସିବାକୁ ଦେବା ନାହିଁ ।ସେଥିପାଇଁ ଏହି ଲକଡାଉନ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ନିଜ ପିଲା ଓ ବାପା ମାଙ୍କ ନାଁରେ ଶପଥ ନେବାକୁ ଆହ୍ବାନ ଦେଲେ ମୁଖ୍ୟମନ୍ତ୍ରୀ

ଲକଡାଉନ ସମୟରେ ଘରୁ ନବାରିବାକୁ ଶପଥ କରିବାକୁ ଅନୁରୋଧ

ଘରୁ ବାହାରକୁ ଆସୁଥିଲେ ଫେରିଲେ ଭଲ ଭାବେ ହାତଧୋଇବାକୁ ଶପଥ କରିବାକୁ କଲେ ନିବେଦନ

ଘର କାନ୍ଥରେ ଶପଥ ପାଠ ଲଗାଇବାକୁ କଲେ ଅନୁରୋଧ

ଶପଥ ପାଠର ଭିଡିଓ ପଠାଇବାକୁ ଭିଡିଓ ବାତ୍ତ୍ତାରେ କଲେ ଅପିଲ

ଘରେ ରହୁନ୍ତୁ ପରିବାରକୁ ବଞ୍ଚାନ୍ତୁ – ନବୀନ ପଟ୍ଟନାୟକ

ମୋର ୨୦ ବର୍ଷର ସେବାକରିବା ଭିତରେ  ମୁଁ ଓଡିଶାବାସୀଙ୍କ ଲାଗି ଅନେକ ଅନୁରୋଧ କରିଛି । ମୋ ଜୀବନ କାଯ୍ୟକ୍ରମ ମାଧ୍ୟମରେ ଅପିଲ କରିଛନ୍ତି । କରୋନା ଭାଇରସକୁ ଘର ଭିତରେ ମୁଁ ମୋ ପିଲାଛୁଆ , ବାପା ମାଙ୍କ ନାମରେ ଶପଥ କରି କହୁଛି ଯେ, ମୁ ବର୍ତ୍ତମାନ ସମୟରେ ବାହାରକୁ ଯିବି ନାହିଁ । ବାହାରକୁ ଗଲେ କରୋନା ଭାଇରସ ମୋ ସାଙ୍ଗରେ ମୋ ଘରକୁ ଆସିପାରେ ଓ କରୋନା ଭାଇରସ ମୋ ପରିବାରର କ୍ଷତି କରିପାରେ, ତେଣୁ ମୁଁ ଏବେ ବାହାରକୁ ଯିବି ନାହିଁ । ଯଦି ଜରୁରୀ କାମରେ ଯିବା ତେବେ ଫେରିବା ସମୟରେ ୨୦ ସେକେଣ୍ଡଯାଏ ସାବୁନରେ ଭଲ ଭାବେ ହାତ ଧୋଇ ଘରକୁ ପସିବି । କରୁଣା ଭାଇରସକୁ କେବେ ବି ମୋ ଘରକୁ ପସିବାକୁ ଦେବି ନାହିଁ । ମୋ ପରିବାରର ବିପଦର କାରଣ ହେବି ନାହିଁ । ପରିବାର ସହ ଏହି ଶପଥ ପାଠ କରିବାକୁ ମୁଖଯମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଭିଡିଓ ବାର୍ତ୍ତାରେ ଅପିଲ କରିଛନ୍ତି । ଏହା ସହ ଏକାକୁ ଘର କାନ୍ଥରେ ମାରିବା ସହ ଶପତ ପାଠର ଭିଡିଓ କରି ତାଙ୍କ ପାଖକୁ ପଠାଇବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । ଘରେ ରହୁନ୍ତୁ ପରିବାରକୁ ବଞ୍ଚାନ୍ତୁ ।